Homecrimeଭରତପୁରରେ ଆତଙ୍କ, ବଟି ନଦେବାରୁ ଖଣ୍ଡାରେ ଆକ୍ରମଣ

ଭରତପୁରରେ ଆତଙ୍କ, ବଟି ନଦେବାରୁ ଖଣ୍ଡାରେ ଆକ୍ରମଣ

ଭୁବନେଶ୍ବର, (୨୮/୦୮) : ଆପ୍ର : ଗଣେଶ ପୂଜା ପୂର୍ବରୁ ରାଜଧାନୀ ଭୁବନେଶ୍ବରରେ ଦାଦାବଟି ଆତଙ୍କ । ବଟି ନଦେବାରୁ ଖଣ୍ଡାରେ ଆକ୍ରମଣ

ଭରତପୁର ଥାନା ଅଞ୍ଚଳରେ ଦୋକାନୀଙ୍କଠାରୁ ବଟି ମାଗୁଥିବା ଅଭିଯୋଗ ହୋଇଛି । ରାସ୍ତାରେ ଯାଉଥିବା ଗାଡ଼ିକୁ ଅଟକାଇ ମଧ୍ୟ ଟଙ୍କା ମାଗୁଛନ୍ତି । ନଦେଲେ ଧମକ ଦେବା ସହ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଭରତପୁର ଥାନା ଦୁର୍ଗାମାଧବ ନଗର ଯୁବକ ଜଣଙ୍କ ହେଲେ ଅଂଶୁମାନ ପଟ୍ଟନାୟକ । ତାଙ୍କର ଏକ ସେଲ୍ଫଡ୍ରାଇଭ କାର ସୋରୁମ ରହିଛି ।

ଗତକାଲି ରାତି ପ୍ରାୟ ସାଢେ ୯ ଟା ସମୟରେ ଅଂଶୁମାନ ଆୟୁର୍ବେଦିକ ହସ୍ପିଟାଲ ନିକଟରେ ଛିଡା ହୋଇଥିବା ବେଳେ ଅତର୍କିତ ଆକ୍ରମଣ କରିଥିଲେ ୪ ଜଣ ଦୁର୍ବୃତ୍ତ । ବଞ୍ଚେଇବାକୁ ଯାଇ ଅଂଶୁମାନଙ୍କ ମାମୁଁ ମଧ୍ୟ ଖଣ୍ଡା ଚୋଟ ପକାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଭରତପୁର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆଖପାଖ ଅଞ୍ଚଳର ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments