Homelocalଅଶାନ୍ତ ହେଲା ପୁରୀ ସମୁଦ୍ର, ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର କଡ଼ା ପ୍ରସ୍ତୁତି

ଅଶାନ୍ତ ହେଲା ପୁରୀ ସମୁଦ୍ର, ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର କଡ଼ା ପ୍ରସ୍ତୁତି

ପୁରୀ, (୨୦/୧୧) : ଆପ୍ର : ବାତ୍ୟା ‘ଅକଭାନ୍’ ପ୍ରଭାବରେ ଅଶାନ୍ତ ହେଉଛି ସମୁଦ୍ର । ବେଳାଭୂମିକୁ ଯିବାକୁ ପର୍ଯ୍ୟଟକଙ୍କୁ ବାରଣ । ଅକଭାନ୍ ମୁକାବିଲା ପାଇଁ ପୁରା ସଜାଗ ରହିଛି ପୁରୀ ଜିଲ୍ଲା ପ୍ରଶାସନ ।

ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିପଦ ସଙ୍କୁଳ ଅଞ୍ଚଳ,ଖାଲୁଆ ଅଞ୍ଚଳ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ସମସ୍ତ ଆଶ୍ରୟସ୍ଥଳୀରେ ଆଲୋକ, ପାନୀୟ ଜଳ ଏବଂ ପର୍ଯ୍ୟାପ୍ତ ପରିମାଣରେ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଓ ଅତ୍ୟଧିକ ବର୍ଷା ଆଶଙ୍କା ଯୋଗୁଁ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୧ ତାରିଖ ଯାଏ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ବ୍ଯବସ୍ଥା ବନ୍ଦ ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments