Homebreaking newsପୁରୀରେ ଅଭାବନୀୟ ଘଟଣା, ମଲ୍ଟିଲେଭେଲ୍ କାର୍ ପାର୍କିଂରୁ ମୃତଦେହ ଉଦ୍ଧାର

ପୁରୀରେ ଅଭାବନୀୟ ଘଟଣା, ମଲ୍ଟିଲେଭେଲ୍ କାର୍ ପାର୍କିଂରୁ ମୃତଦେହ ଉଦ୍ଧାର

ପୁରୀ, (୧୨/୧୧) : ଆପ୍ର : କାର୍ ପାର୍କିଂରେ ମୃତଦେହ । ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥିତ ମଲ୍ଟିଲେଭେଲ୍ କାର୍ ପାର୍କିଂରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି ।

ମୃତକ ନିୟମିତ ଭାବେ ପାର୍କିଂକୁ ଆସି ଗାଡ଼ି ଗୁଡିକର ପୂଜା କରି ଟଙ୍କା ନିଅନ୍ତି । ଅନେକ ସମୟରେ ପାର୍କିଂରେ ରାତ୍ରି ଯାପନ କରନ୍ତି । ଆଜି ଅଚେତ ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ପୋଲିସ ପହଂଚି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତ ବ୍ୟକ୍ତିଙ୍କ ବ୍ୟାଗ୍ ଯାଞ୍ଚ ବେଳେ ଏକ ପ୍ରେସକ୍ରିପ୍ସନ ମିଳିଛି । ଯେଉଁଥିରେ ତାଙ୍କ ନାମ ସଞ୍ଜୀବ ପଣ୍ଡା ବୋଲି ଜଣାପଡ଼ିଛି । ସେ ଡିସ୍ ପେପସିଆ ରୋଗରେ ପୀଡ଼ିତ ଥିଲେ । ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments