Homelocalଲଘୁଚାପ ପ୍ରଭାବରେ ଅଶାନ୍ତ ଅସ୍ତରଙ୍ଗ ସମୁଦ୍ର, ମତ୍ସ୍ୟଜୀବୀ ମାନଙ୍କୁ ଯିବା ପାଇଁ ବାରଣ

ଲଘୁଚାପ ପ୍ରଭାବରେ ଅଶାନ୍ତ ଅସ୍ତରଙ୍ଗ ସମୁଦ୍ର, ମତ୍ସ୍ୟଜୀବୀ ମାନଙ୍କୁ ଯିବା ପାଇଁ ବାରଣ

କାକଟପୁର, (୦୩/୦୭) : ଆପ୍ର : ଲଘୁଚାପ ପ୍ରଭାବରେ ପୁରୀ ଜିଲ୍ଲା ସହ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ପ୍ରଭାବରେ ଅଶାନ୍ତ ଅସ୍ତରଙ୍ଗ ସମୁଦ୍ର ।

ଉତ୍ତର ଓଡ଼ିଶା ସଲଗ୍ନ ପଶ୍ଚିମବଙ୍ଗ ସାମୁଦ୍ରିକ କ୍ଷେତ୍ରରେ ଆରମ୍ଭ ହୋଇଛି ଲଘୁଚାପ । ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗତ ଦୁଇଦିନ ଧରି ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ଅସ୍ତରଙ୍ଗ ସମୁଦ୍ର ଅଶାନ୍ତ ହୋଇ ପଡିଛି। ଅଶାନ୍ତ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀ ମାନଙ୍କୁ ଯିବା ପାଇଁ ବାରଣ କରାଯାଇଛି ।

ସେପଟେ ଆସନ୍ତା ୬ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବର ସୃଷ୍ଟି ହୋଇଛି ଏକ ଲଘୁଚାପ କ୍ଷେତ୍ର, ଯାହା ଆଗାମୀ ୨ ଦିନ ମଧ୍ୟରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି ।

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ବଢ଼ିଛି ବର୍ଷାର ପରିମାଣ । ଏହାର ପ୍ରଭାବରେ ବିଭିନ୍ନ ଜିଲ୍ଲା, ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ପ୍ରଭାବରେ ସପ୍ତାହେ ଲାଗି ରହିବ ବର୍ଷା । ୪ ଦିନ ଯାଏ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments