Homeaccidentସୋରଡ଼ା ପିପଳପଙ୍କା ଗାଁ ନିକଟ ଅଡ଼ାଙ୍ଗି ବ୍ରିଜରେ ପିଟିହେଲା ବାଇକ, ୨ ଯୁବକ ମୃତ

ସୋରଡ଼ା ପିପଳପଙ୍କା ଗାଁ ନିକଟ ଅଡ଼ାଙ୍ଗି ବ୍ରିଜରେ ପିଟିହେଲା ବାଇକ, ୨ ଯୁବକ ମୃତ

ସୋରଡ଼ା, (୧୬/୧୧) : ଆପ୍ର : ବ୍ରିଜରେ ପିଟିହେଲା ବାଇକ । ଦୁଇ ଯୁବକ ମୃତ । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ପିପଳପଙ୍କା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ମୃତକ ହେଲେ ହାତୀଗଡ଼ା ଗାଁ’ର ରିଣ୍ଟୁ ଗୌଡ଼ ଓ ମନୋଜ ପ୍ରଧାନ । ଗତକାଲି ରାତିରେ ଉଭୟ ବାଇକରେ ଲାହାଗଣ୍ଡାରୁ ନିଜ ଗାଁ’କୁ ଫେରୁଥିଲେ । ଅଡ଼ାଙ୍ଗି ବ୍ରିଜରେ ବାଇକଟି ଧକ୍କା ହୋଇଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏପଟେ, ଘାଟିରେ ଜଳିଗଲା କାର୍ । ଡ୍ରାଇଭର ଜୀଅନ୍ତା ଦଗ୍ଧ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା କରଡା ଘାଟିରେ ଅଘଟଣ ଘଟିଛି । ମୃତକଙ୍କ ପରିଚୟ ମିଳିନାହିଁ । କାରରେ କିପରି ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ । ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି ପୋଲିସ । ସେହିପରି ଗଜପତି ଜିଲ୍ଲାରେ ଘର ଭିତରେ ପଶିଗଲା ଦ୍ରୁତଗାମୀ କାର୍ । ଫଳରେ ଘରେ ଥିବା ବହୁ ଆସବାବ ଜିନିଷ ଓ ୨ ସିଲେଇ ମେସିନ ନଷ୍ଟ । ତେବେ ଅନ୍ୟ ଏକ କୋଠରୀରେ ଶୋଇଥିବା ପରିବାରର ୪ ଜଣ ବର୍ତ୍ତି ଯାଇଛନ୍ତି । ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି ମୋହନା ଥାନା ପିଣ୍ଡିକି ଗାଁ ରାସ୍ତାରେ ।

ଆଜି ଭୋରରେ ଏକ କାର ମୋହନାରୁ ଚାନ୍ଦିପୁଟ ଅଞ୍ଚଳକୁ ଯାଉଥିଲା । କାରଟି ଭାରସାମ୍ୟ ହରାଇ ପିଣ୍ଡିକି ଗାଁ ରାସ୍ତା କଡରେ ଥିବା ହରପ୍ରସାଦ ବିଷୋୟୀଙ୍କ ଘର ଭିତରେ ପଶି ଥିଲା । ଘରେ ଥିବା କିରାଣି ଜିନିଷ, ଆସବାବ ପତ୍ର ଓ ସିଲେଇ ମେସିନ ଭାଙ୍ଗିଯାଇଛି । ତେବେ ସୌଭାଗ୍ୟ ବଶତଃ ହରପ୍ରସାଦଙ୍କ ସମେତ ପତ୍ନୀ ଓ ପୁଅ ଝିଅ ପଛପଟେ ଥିବା ଅନ୍ୟ ଏକ ଘରେ ଶୋଇଥିବା ଯୋଗୁଁ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ବିଭିନ୍ନ ସ୍ଥାନରୁ ଋଣ କରି ହରପ୍ରସାଦ ଘର ଭିତରେ ହିଁ ଛୋଟିଆ ଦୋକାନ କରିଥିଲେ । ତେଣୁ କିଭଳି ଋଣ ସୁଝିବେ ବୋଲି କହିଛନ୍ତି ଘର ମାଲିକ । ତେବେ ଦୁର୍ଘଟଣା ପରେ କାର ଚାଳକ ଘଟଣା ସ୍ଥଳରୁ ଚମ୍ପଟ ମାରିଛି । ଖବର ପାଇ ମୋହନା ପୋଲିସ ଘଟଣାର ତଦନ୍ତ କରୁଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments