Homelocalବାତ୍ୟା ପ୍ରଭାବରେ ୧୮ ତାରିଖରୁ ରାଜ୍ୟରେ ବର୍ଷା, ୪ ଦିନ ଯାଏଁ ଛେଚିବ

ବାତ୍ୟା ପ୍ରଭାବରେ ୧୮ ତାରିଖରୁ ରାଜ୍ୟରେ ବର୍ଷା, ୪ ଦିନ ଯାଏଁ ଛେଚିବ

ଭୁବନେଶ୍ୱର, (୧୬/୧୧) : ଆପ୍ର : ବାତ୍ୟା ପ୍ରଭାବରେ ଆସନ୍ତା ୧୮ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ବର୍ଷା । ୪ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୮ ତାରିଖରେ ଝଲକ ଦେଖାଇବ ବର୍ଷା ।

୧୯ରୁ ୨୧ ଯାଏଁ ପ୍ରବଳ ବର୍ଷିବ। ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଂକା ରହିଛି । ୧୮ ତାରିଖରେ କେବଳ ଗଞ୍ଜାମ ଗଜପତି ଓ ପୁରୀ ଜିଲ୍ଲାକୁ ରହିଛି ୟେଲୋ ୱାର୍ଣ୍ଣିଂ । ୧୯ରୁ ୨୧ ଯାଏଁ ପ୍ରଳବରୁ ଅତି ପ୍ରବଳ ବର୍ଷିବ । ୧୯ରେ ଦକ୍ଷିଣ ଓଡ଼ିଶାର ଦୁଇ ଜିଲ୍ଲା ଗଞ୍ଜାମ, ଗଜପତି ସମେତ ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି । ଦକ୍ଷିଣ, ଉପକୂଳ ଏବଂ ଉତ୍ତର ଓଡ଼ିଶାର ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୨୦ରେ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ ଚେତାବନୀ ଦିଆଯାଇଛି ।

ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଂକା ରହିଛି। ସେହିପରି ୨୦ ତାରିଖରେ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୨୧ ତାରିଖରେ ଦକ୍ଷିଣ ଓଡ଼ିଶା ସହ ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୧ରେ କୋରାପୁଟ, ନବରଙ୍ଗପୁର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ରହିଛି ଅରେଞ୍ଜ ଆଲର୍ଟ। ୮ ଜିଲ୍ଲାକୁ ୟେଲୋ ଚେତାବନୀ ଦେଇଛି ପାଣିପାଗ ବିଭାଗ। ବର୍ଷା ଚେତାବନୀ ଦିଆଯାଇଥିବା ଜିଲ୍ଲା ଗୁଡ଼ିକରେ ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments