ଗୁଣପୁର, (୧୬/୧୧) : ଆପ୍ର : ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ରାୟଗଡ଼ା ଜିଲ୍ଲା ଗୁଣପୁର ସହରର ହାଉସିଂବୋର୍ଡ କଲୋନୀରେ ଜଣେ ମହିଳାଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ ।
ଗୁରୁତର ମହିଳା ହେଲେ ୫୦ ବର୍ଷୀୟା ବୈଜୟନ୍ତୀମାଳା ପଟ୍ଟନାୟକ । ସୂଚନା ଅନୁଯାୟୀ, ଶେଖରନଗରର ଟୁକୁନା ଗୌଡ଼ ମହିଳାଙ୍କ ଘରେ ପଶି କବାଟ ବନ୍ଦ କରିବା ପରେ କଇଁଚିରେ ଆକ୍ରମଣ କରିଥିଲେ । ଗୁରୁତର ମହିଳାଙ୍କୁ ଗୁଣୁପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ମହିଳାଙ୍କ ପୁଅ ସହ ଅଭିଯୁକ୍ତର ପୂର୍ବରୁ ବିବାଦ ଲାଗି ରହିଥିଲା ବୋଲି ସୂଚନା ମିଳିଛି । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

