Homelocalସୁବର୍ଣ୍ଣପୁର ଜିଲ୍ଲା ପିସିପିଏନଡିଟି ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ପିସିପିଏନଡିଟି ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (୨୨/୦୭) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ପିସିପିଏନଡିଟି (PCPNDT) ଉପଦେଷ୍ଟା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ରାଜେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଶ୍ରୀ ମାଝୀ କନ୍ୟା ଭ୍ରୂଣ ହତ୍ୟାକୁ ରୋକିବା ପାଇଁ ସମସ୍ତ ସଭ୍ୟ ସଭ୍ୟାମାନଙ୍କ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ପାଇଁ ଆହ୍ୱାନ କରିଥିଲେ । ଏଥିପାଇଁ ପ୍ରଶାସନିକ ତତ୍ପରତା ସହିତ ବ୍ୟାପକ ଜନସଚେତନତାର ଆବଶ୍ୟକତା ରହିଛି ବୋଲି ସେ ସୂଚାଇଥିଲେ । ଜିଲ୍ଲାରେ ବର୍ତ୍ତମାନ ମୋଟ ୧୫ଟି ଅଲ୍ଟ୍ରାସାଉଣ୍ଡ କ୍ଲିନିକ କାର୍ଯ୍ୟକ୍ଷମ ରହିଛି । ସେଥିମଧ୍ୟରୁ ୭ଟି ସରକାରୀ ଏବଂ ୮ଟି ଘରୋଇ (ବେସରକାରୀ) ଅଲ୍ଟ୍ରାସାଉଣ୍ଡ କ୍ଲିନିକ ରହିଛି ।

ଓଡ଼ିଶାରେ ଜନ୍ମ ସମୟରେ ପ୍ରତି ୧୦୦୦ ପୁଅ ଶିଶୁରେ ୯୨୩ ଝିଅ ଶିଶୁ ଜନ୍ମ ହେଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଏହା ୮୯୬ ରହିଛି । ବିଶେଷକରି ଉଲୁଣ୍ଡା ବ୍ଲକରେ ପ୍ରତି ୧୦୦୦ ପୁଅ ଶିଶୁରେ ୮୬୮ ଝିଅ ଶିଶୁ ଏବଂ ତରଭା ବ୍ଲକରେ ପ୍ରତି ୧୦୦୦ ପୁଅ ଶିଶୁରେ ମାତ୍ର ୭୪୪ ଝିଅ ଶିଶୁ ରହିଥିବାରୁ ୨୦୨୫–୨୬ ବର୍ଷ ପାଇଁ ଏହି ଦୁଇଟି ବ୍ଲକର ପ୍ରଦର୍ଶନ ଅତ୍ୟନ୍ତ ଚିନ୍ତାଜନକ ବୋଲି ବୈଠକରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ଏହି ବ୍ଲକଗୁଡ଼ିକରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଏବଂ ନିବିଡ଼ ତଦାରଖ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହା ସହିତ, କନ୍ୟା ଭ୍ରୂଣ ହତ୍ୟା ସମ୍ପର୍କିତ କୌଣସି ସୂଚନା ଜଣେ ସାଧାରଣ ବ୍ୟକ୍ତି ପ୍ରଦାନ କଲେ ତାଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବା ସହିତ ତାଙ୍କର ପରିଚୟ ଓ ସମସ୍ତ ତଥ୍ୟ ସମ୍ପୂର୍ଣ୍ଣ ଗୋପନ ରଖାଯିବ ବୋଲି ସୂଚନା ଦିଆଯାଇଥିଲା ।

ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଉଷାରାଣୀ ଦାଶ, ବୀରମହାରାଜପୁର ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେର, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ଼ା. ପ୍ରକାଶ ଦଣ୍ଡସେନା, ଡ଼ା. ଦୈତ୍ୟ ନାରାୟଣ ପାଢ଼ୀ (ପୂର୍ବତନ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ), ରୂପକ କୁମାର ମହାପାତ୍ର (ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ), ଡ୍ରଗ ଇନ୍ସ୍ପେକଟର ଟିକେଶ୍ୱରୀ ଭୋଇ, ସ୍ବେଛାସେବୀ ମନୋରଞ୍ଜନ ତ୍ରିପାଠୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO) ବୀଣାପାଣି ମିଶ୍ର, ପ୍ରସୂତି ବିଶେଷଜ୍ଞ ବିନିକା ସତ୍ୟନାରାୟଣ ପାଣିଗ୍ରାହୀ ଏବଂ ଉଲୁଣ୍ଡା ମେଡିକାଲ ଅଧିକାରୀ, ଡ଼ ମୁକେଶ କୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ। ଶୋଭନା ଦାଶ ବୈଠକର କାର୍ଯ୍ୟବିବରଣୀ ଉପସ୍ଥାପନ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments