ସୁବର୍ଣ୍ଣପୁର, (୨୩/୦୮) : ଆପ୍ର : ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ମୁଖ୍ୟ ପ୍ରଶାସିକା ସ୍ୱର୍ଗୀୟା ଦାଦି ପ୍ରକାଶ ମଣିଜି ଙ୍କର ୧୯ ତମ ପୁଣ୍ୟ ତିଥି ସ୍ମୁତି ଦିବସ ପାଳନ ଅବସର ରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ର ସୋନପୁର ଶାଖା ପକ୍ଷରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ସୋନପୁର ଉପ ଜିଲ୍ଲାପାଳ ଡଃ ସୌମ୍ୟ ରୂପା ରଥ , ସମ୍ମାନୀତ ଅତିଥି ଭାବରେ ଡା.ଦୁର୍ଗା ଦତ୍ତ ଦାଶ ଓ ବଡ଼ ଭଉଣୀ ବି .କେ ଜୟଶ୍ରୀ ଯୋଗ ଦେଇ ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ । ସଭାକୁ ମନୋଜ ପଣ୍ଡା ପରିଚାଳନା କରିଥିବା ବେଳେ ଜଗନ୍ନାଥ ଭାଈ ଧନ୍ଯବାଦ ଅର୍ପଣ କରିଥିଲେ । ୪୦ ଥର ରକ୍ତ ଦାନ କରିଥିବା ରକ୍ତ ଦାତା ତ୍ରିଲୋଚନ ପାଣିଗ୍ରାହୀ ଓ ୧୮ ଥର ରକ୍ତ ଦାନ କରିଥିବା ରକ୍ତ ଦାତା ଅଞ୍ଜଳୀ ପାଣିଗ୍ରାହୀ, ରକ୍ତ ଦାତା ମୋତି ଲାଲ୍ ମେହେର, ରାଜଶ୍ରୀ ଦାଶ, ସ୍ମରଣିକା ସ୍ୱାଇଁ, ରାଜୁ ମିଶ୍ର, ରଞ୍ଜିତ୍ ମେହେର, ପ୍ରମୁଖ ରକ୍ତ ଦାତା ଙ୍କୁ ଅତିଥି ଙ୍କ ଦ୍ଵାରା ସମ୍ବର୍ଧିତ କରାଯାଇଥିଲା ।
ଡା ସରୋଜ କୁମାର ପଟେଲ ଙ୍କ ତତ୍ୱା ବଧାନରେ ରକ୍ତ କେନ୍ଦ୍ର ର ଟେକ୍ନିଶିଆନ୍ ସୁରଭି ଲେଙ୍କା, ଡେଫୋଡିଲ୍ ପଧାନ, ଜଗତ ନାରାୟଣ ଦରୁଆନ, ଶୁଶାନ୍ତ ନାଏକ୍ ଙ୍କ ଦ୍ୱାରା ରକ୍ତ ସଂଗ୍ରହ କରା ଯାଇଥିଲା । ବ୍ରହ୍ମ କୁମାରୀ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଏହି ଶିବିର ରେ ୨୧ ଜଣ ପୁରୁଷ ଓ ୫ ଜଣ ମହିଳା ରକ୍ତ ଦାନ କରିଥିଲେ ।

