Homelocal୯୦୦୦ ହିତାଧିକାରୀ ଭତ୍ତା ବନ୍ଦ ଅଭିଯୋଗକୁ ନେଇ ବିଜୁ ଜନତା ଦଳ ଦାବିପତ୍ର ପ୍ରଦାନ

୯୦୦୦ ହିତାଧିକାରୀ ଭତ୍ତା ବନ୍ଦ ଅଭିଯୋଗକୁ ନେଇ ବିଜୁ ଜନତା ଦଳ ଦାବିପତ୍ର ପ୍ରଦାନ

ରାୟଗଡା, (୦୭/୦୭) : ଆପ୍ର : ରାୟଗଡ଼ା ବ୍ଲକ ସମସ୍ତ ଅଞ୍ଚଳରେ ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀଙ୍କ ସାମାଜିକ ସୁରକ୍ଷା_ଭତ୍ତା ପ୍ରାୟ ଆମ ରାୟଗଡ଼ା_ଜିଲ୍ଲାରେ_୯୦୦୦ ହିତାଧିକାରୀ ବନ୍ଦ ହୋଇଥିବା ଅଭିଯୋଗକୁ ନେଇ ଆଜି ଜିଲ୍ଲାପାଳଙ୍କ ଜନଶୁଣାଣିରେ ଏକ ପ୍ରତିନିଧି ଦଳ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜୁ ଜନତା ଦଳ ନେତା ଶ୍ରୀ ପି_ଗୌରୀ_ଶଙ୍କର_ରାଓ ଙ୍କ ନେତୃତ୍ୱରେ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି ।

ବିଜୁ ଜନତା ଦଳ ଓଡିଶା ପକ୍ଷରୁ ଏହି ସମସ୍ୟାରେ ପୀଡ଼ିତ ସମସ୍ତ ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗ ଭାଇ ଭଉଣୀଙ୍କ ପ୍ରତି ଗଭୀର ସମବେଦନା ଓ ସହାନୁଭୂତି ପ୍ରକାଶ କରାଯାଉଛି । ଏକ ହଜାର ଟଙ୍କାର ଭତ୍ତା ହିଁ ଅନେକ ପରିବାରର ଜୀବନର ଭରସା । ସେହି ସହାୟତା ବନ୍ଦ ହୋଇଯିବାରୁ ଔଷଧ, ଖାଦ୍ୟ ଓ ଅନ୍ୟାନ୍ୟ ନିତ୍ୟାବଶ୍ୟକ ଖର୍ଚ୍ଚ ବହନ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ସେମାନେ ସମ୍ପୂର୍ଣ୍ଣ ଭାବେ ମାସିକ ୧,୦୦୦ ଟଙ୍କା ଭତ୍ତା ଉପରେ ନିର୍ଭରଶୀଳ, କିନ୍ତୁ ବାରମ୍ବାର ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟକୁ ଯିବା ପାଇଁ ୨୦୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଯାତାୟାତ ଖର୍ଚ୍ଚ କରିବାକୁ ପଡ଼ୁଛି ।

ଆମେ ରାଜ୍ୟ BJP Odisha ସରକାରଙ୍କୁ ନିବେଦନ କରୁଛୁ ଯେ, ଏହି ମାନବିକ ସମସ୍ୟାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଯଥାଶୀଘ୍ର ସମାଧାନ କରନ୍ତୁ । ସେହି ସହିତ ଆମେ ସ୍ପଷ୍ଟ ଭାବେ ସତର୍କ କରାଉଛୁ ଯେ, ଯଦି ଗରିବ, ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀଙ୍କ ଅଧିକାର ପ୍ରତି ଅବହେଳା ଜାରି ରହେ, ତେବେ Biju Janata Dal Rayagada ସେମାନଙ୍କ ସ୍ୱାର୍ଥରେ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments