କଟକ, (୧୮/୧୦) : ଆପ୍ର : ନାବାଳିକାଙ୍କୁ ହତ୍ୟା ଅଭିଯୋଗ, ପୁରୁଷ ବନ୍ଧୁ ଅଟକ । କଟକ ନିକଟ ପ୍ରତାପ ନଗରୀ କେନାଲ ନିକଟରୁ ନିଖୋଜ ନାବାଳିକା ଉଦ୍ଧାର ।
ମୃତଦେହ ଠାବ କରିଛି ସଦର ଥାନା ପୋଲିସ । ସଦର ଥାନାରେ ମିସିଂ ରିପୋର୍ଟ କରିଥିଲେ ପରିବାର ଲୋକ। ନାବାଳିକାଙ୍କ ହତ୍ୟା ପଛରେ ପୁରୁଷବନ୍ଧୁ ଓ ପରିବାର ଲୋକ ଥିବା ଅଭିଯୋଗ ଆଣିଥିଲେ । ପୁରୁଷ ବନ୍ଧୁ ନାବାଳିକାଙ୍କୁ ଡାକି ଏଭଳି କାଣ୍ଡ ଭିଆଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏନେଇ ଗତାଲି ରାତିରେ ପରିବାର ପକ୍ଷରୁ ଥାନା ଘେରାଉ କରାଯାଇଥିଲା ।

