Homelocalମଞ୍ଚ ଉପରେ ହୃଦଘାତ ! ହନୁମାନ ଭୂମିକାରେ ଅଭିନୟ ବେଳେ ଚାଲିଗଲା ଜୀବନ

ମଞ୍ଚ ଉପରେ ହୃଦଘାତ ! ହନୁମାନ ଭୂମିକାରେ ଅଭିନୟ ବେଳେ ଚାଲିଗଲା ଜୀବନ

ବ୍ରହ୍ମପୁର, (୨୫/୧୧) : ଆପ୍ର : ମଞ୍ଚରେ ଟଳିପଡ଼ିଲେ ହନୁମାନ । ନାଟକ କରୁଥିଲେ ଚାଲିଗଲା ଜୀବନ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଉଡିଆ ଗାଁ’ରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ମଞ୍ଚସ୍ଥ ହେଉଥିଲା ରାମାୟଣ ନାଟକ ।

ହନୁମାନ ଭୂମିକାରେ ଅଭିନୟ କରୁଥିଲେ ମିଥୁନ ପ୍ରଧାନ । ନାଟକ ମଞ୍ଚସ୍ଥ ଚାଲିଥିବାବେଳେ ହଠାତ୍ ଟଳିପଡିଥିଲେ ହନୁମାନ ଭୂମିକାରେ ଅଭିନୟ କରୁଥିବା କଳାକାର ମିଥୁନ । ତାଙ୍କୁ ତୁରନ୍ତ ଆଡପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତରେ ମିଥୁନଙ୍କ ମୃତ୍ୟୁ ହୋଇଥିବା ସୁଚନା। ହନୁମାନ ଭୂମିକାରେ ଅଭିନୟ କରି ଲୋକଙ୍କ ମନ ଜିଣି ପାରିଥିଲେ ଯୁବ କଳାକାର ଜଣକ । ଅକାଳରେ ମିଥୁନଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments