Homelocalବରଗଡ଼ ଅତାବିରା ଅଞ୍ଚଳରେ କୋକୁଆ ଭୟ, ବାଘର ପାଦ ଚିହ୍ନ ଦେଖି ଲୋକେ ଭୟଭୀତ

ବରଗଡ଼ ଅତାବିରା ଅଞ୍ଚଳରେ କୋକୁଆ ଭୟ, ବାଘର ପାଦ ଚିହ୍ନ ଦେଖି ଲୋକେ ଭୟଭୀତ

ବରଗଡ଼, (୨୫/୧୧) : ଆପ୍ର : ବରଗଡ଼ ଅତାବିରା ଅଞ୍ଚଳରେ କୋକୁଆ ଭୟ । ବାଘର ପାଦ ଚିହ୍ନ ଦେଖି ଲୋକେ ଭୟଭୀତ । ଅତାବିରା ବ୍ଲକ ଜାଙ୍ଗେଡ୍ ପଞ୍ଚାୟତରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି ।

ପାଦ ଚିହ୍ନ ଦେଖିବା ପରେ ଲୋକେ ଏହାକୁ ଦେବ୍ରୀଗଡ଼ରେ ଆସିଥିବା ମହାବଳ ବାଘ ବୋଲି କହୁଛନ୍ତି । ଏନେଇ ତୁରନ୍ତ ବନ ବିଭାଗକୁ ଖବର ଦିଆଯାଇଥିଲା । ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପାଦଚିହ୍ନ ଯାଞ୍ଚ କରିଥିଲେ । ବାଘର ଗତିବିଧି ଅନୁଧ୍ୟାନ କରିବାରୁ ଏହା ଜାଙ୍ଗେଡ଼ ଓ ସୋଢ଼ାପାଲିକୁ ସଂଯୋଗ କରୁଥିବା ରାସ୍ତାର ନଦୀ ପଟକୁ ଯାଇଥିବା ଜଣାପଡ଼ିଛି । ତେବେ ନଦୀ ଆରପଟରେ କୌଣସି ପାଦଚିହ୍ନ ଦେଖିବାକୁ ମିଳିନଥିବାରୁ ବାଘଟି ସେହି ନଦୀକୂଳ ବୁଦାଳିଆ ଅଞ୍ଚଳରେ ଲୁଚି ରହିଥିବା ଅନୁମାନ କରାଯାଉଛି । ବନ ବିଭାଗର ଏକ ଟିମ୍ ଜାଙ୍ଗେଡ଼ ଗାଁ’ରେ ଡେରା ପକାଇ ବାଘର ଗତିବିଧି ଉପରେ ନଜର ରଖିଛନ୍ତି । ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନ କରାଯାଉଛି। ସେପଟେ ଅତାବିରା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ ଜାରି ରଖିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments