Homelocal୨୮ରୁ ମିଳିଲାଣି ଟୋକନ, ଆନ୍ଦୋଳନ ପରେ ମଣ୍ଡିରୁ ଉଠିଲା ମାତ୍ର ୧୧୫ କ୍ଵିଣ୍ଟାଲ ଧାନ

୨୮ରୁ ମିଳିଲାଣି ଟୋକନ, ଆନ୍ଦୋଳନ ପରେ ମଣ୍ଡିରୁ ଉଠିଲା ମାତ୍ର ୧୧୫ କ୍ଵିଣ୍ଟାଲ ଧାନ

କୋରାପୁଟ // ବୋରିଗୁମ୍ମା, (୦୭/୦୬) : ଆପ୍ର : ଗତ ଡିଏଲ୍ ପିପିସି ମିଟିଂରେ କୋରାପୁଟ ଜିଲ୍ଲାରେ ଜୁନ୍ ୧ ତାରିଖରୁ ରବି ଧାନ କ୍ରୟ ପାଇଁ ନିଷ୍ପତ୍ତି ନିଆ ଯାଇଥିଲାWhatsApp Image 2026 06 07 at 10.08.07 1

କିନ୍ତୁ ଧାନ ମଣ୍ଡିକୁ ଧାନ କିଣିବାକୁ କୌଣସି ଅଧିକାରୀ ନ ଆସିବାରୁ କାମତା ଲ୍ୟାମ୍ପ୍‌ସ୍ ଅନ୍ତର୍ଗତ ୧୧ଟି ମଣ୍ଡିର ଉତ୍ତ୍ୟକ୍ତ ଚାଷୀମାନେ ବି.ସିଂହପୁର ଥାନା ନିକଟସ୍ଥ ତରାଭଟ୍ଟା ଛକରେ ଶନିବାର ଟାୟାର ଜାଳି ରାସ୍ତାରୋକ କରିଥିଲେ । ଖବର ପାଇ ତହସିଲଦାର ଶୋଭନ କୁମାର ବେହେରା, ବି.ଡ଼ି.ଓ. ସୁକାନ୍ତ ପଟ୍ଟନାୟକ ପହଞ୍ଚି ଚାଷୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ।

କିନ୍ତୁ ରାସ୍ତାରୋକ ହଟି ନ ଥିଲା । ଡ଼ି.ଆର୍. ସି.ଏସ୍. ମୋନିକା ରାୟ, ଜିଲ୍ଲା ମୂଖ୍ୟ ବେସାମରିକ ଯୋଗାଣ ଅଧିକାରୀ ମାନସ ରଞ୍ଜନ ମହାପାତ୍ର, ଯୋଗାଣ ନିରୀକ୍ଷକ ସୋମେଶ୍ୱର ବେହେରା, କାମତା ଲ୍ୟାମ୍ପସର ପରିଚାଳନା ନିର୍ଦ୍ଦେଶିକା ମାନସୀ ହୋତା ଓ କିଛି ମିଲ ମାଲିକ ପହଞ୍ଚି ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ଆଜି ପାଇଁ ୪ ଜଣ ଚାଷୀଙ୍କ ଧାନ କିଣି ଶୁଭାରମ୍ଭ କରାଯିବ ବୋଲି ପ୍ରଶାସନର ପ୍ରସ୍ତାବକୁ ଉପସ୍ଥିତ ଚାଷୀମାନେ ପ୍ରବଳ ବିରୋଧ କରିଥିଲେ ।WhatsApp Image 2026 06 07 at 10.08.06

ଧାନ ଉଠିଲେ ସମସ୍ତ ଚାଷୀଙ୍କ ଧାନ ଏକା ସାଙ୍ଗରେ ଉଠିବ ନ ହେଲେ କାହାର ଉଠିବନି କହି ଆଖି ସ୍କାନ୍ କରିବାକୁ ମନା କରିଥିଲେ । ସୋମବାର ସମସ୍ତ ଚାଷୀଙ୍କ ଧାନ ଉଠାଇବାକୁ ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।ଥାନା ଅଧିକାରୀ ଲିମରାଜ ପ୍ରଧାନୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ଏବଂ ନିକଟରେ ଥାନା ଥିବାରୁ ଥାନା ପରିସର ମଧ୍ୟରେ ସମସ୍ତ ନିଷ୍ପତ୍ତି ହୋଇଥିଲା ।କିଛି ଚାଷୀ ଯୋଗାଣ ଅଧିକାରୀ ଏବଂ ଡିଆରସିଏସ୍ ଙ୍କୁ ବର୍ଷା ଦାଉରୁ ଧାନ ରକ୍ଷା କରିବାକୁ ଟାର୍ପୋଲିନ ଯୋଗାଇବାକୁ ଅନୁରୋଧ କରି ପ୍ରତିଶ୍ରୁତି ପାଇଥିବା ଜଣା ପଡ଼ିଛି ।ତେବେ କୁମଲି ମଣ୍ଡିର ୨ ଜଣ ଚାଷୀଙ୍କ ଠାରୁ ୧୧୫ କ୍ଵିଣ୍ଟାଲ ଧାନ କ୍ରୟ କରି ମଣ୍ଡି ଶୁଭାରମ୍ଭ କରା ଯାଇଥିବା ଜଣା ପଡ଼ିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments