Homelocalପୁରୁଷୋତ୍ତମପୁର ଏନଏସି ରେ ଧୁମଧାମରେ ପାଳିତ ହେଲା ସ୍ୱାୟତ୍ତ ଶାସନ ଦିବସ

ପୁରୁଷୋତ୍ତମପୁର ଏନଏସି ରେ ଧୁମଧାମରେ ପାଳିତ ହେଲା ସ୍ୱାୟତ୍ତ ଶାସନ ଦିବସ

ପୁରୁଷୋତ୍ତମପୁର, (୦୧/୦୯) : ଆପ୍ର : ପୁରୁଷୋତ୍ତମପୁର ବିଜ୍ଞାପିତ ଆଞ୍ଚଳ ପରିଷଦ ତରଫରୁ ବହୁମୁଖୀ ଇଣ୍ଡୋର ଷ୍ଟାଡିଏମ ପରିସର ରେ ଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଓ କାର୍ଯ୍ୟନିର୍ବାହି ଅଧିକାରୀ ସଙ୍ଗୀତା କୁମାରୀ ସେଠୀ ଙ୍କ ମିଳିତ ସଂଯୋଜନା ରେ ସ୍ୱାୟତ ଶାସନ ଦିବସ ପାଳିତ ହୋଇଥିଲା ।WhatsApp Image 2026 09 01 at 10.19.44 1

ଏହା ମହା ଆଡମ୍ବର ଭାବରେ ପାଳନ କରାଯାଇ ଥିଲା । ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଜାତୀୟ ପତାକା ଉତ୍ତୋଳନ ପରେ ଜାତୀୟ ସଂଗୀତ ଗାନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଆସ୍କା ସାଂସଦ ଶ୍ରୀମତୀ ଅନିତା ସୁଭଦର୍ଶିନୀ, ସମ୍ମାନିତ ଅତିଥି ଭାବେ ପୁରୁଷୋତ୍ତମପୁର ଏସ ଡି ପିଓ ସୁଜିତ କୁମାର ନାୟକ , ଥାନା ଅଧିକାରୀ କୁଳମଣୀ ସେଠୀ, ମୁଖ୍ୟ ବକ୍ତା ଭାବେ ତହସିଲ ବିନୋଦ କୁମାର ବେହେରା, ଏମପି ପୁରୁଷୋତ୍ତମପୁର ଏନଏସି ନମିନି ବିଶ୍ୱଜିତ ମହାପାତ୍ର, ଏକନଂ କାଉନ ସିଲର ଭବାନୀ ଶଙ୍କର ନାହାକ, 2ନଂ କାଉନ ସିଲର ଭାସ୍କର ବେହେରା,3ନଂ କାଉନ ସିଲର କେ ପ୍ରମୋଦ କୁମାର ଆଚାରୀ, 4ନଂ କାଉନ ସିଲର ଅଶୋକ କୁମାର ମହାକୁଡ଼, 5ନଂ କାଉନ ସିଲର ସୁଜାତା ବେହେରା, 6ନଂ କାଉନ ସିଲର ସୁଦଷ୍ଣା ବେହେରା, 7ନଂ କାଉନ ସିଲର ଯମୁନା ବେହେରା, 8ନଂ କାଉନ ସିଲର ଲିଙ୍ଗରାଜ ବେହେରା, 9ନଂ କାଉନ ସିଲର ଅର୍ଚନା ପଣ୍ଡା, 10ନଂ କାଉନ ସିଲର ଅରୁଣ କୁମାର ମାହାଙ୍କୁଡ, 11ନଂ କାଉନ ସିଲର ସୁଜ୍ଞାନୀ କୁମାରୀ ପଣ୍ଡା, 12 ନଂ କାଉନ ସିଲର ଗିରିଜା ବେହେରା, ମଞ୍ଚାସିନଥିଲେ ।WhatsApp Image 2026 09 01 at 10.19.44 2

କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଗୀତା ସେଠୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ଜଗନ୍ନାଥ ଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରି ତାଙ୍କରି ଆଶିଷ ଭିକ୍ଷା କରିଥିଲେ । ଅତିଥି ମାନେ ସ୍ୱାୟତ ଶାସନ ର ବ୍ୟବସ୍ତା, କାର୍ଯ୍ୟ କାରିତା, ଏବଂ ଜନ ସାଧାରଣ ଙ୍କ ଦାଇତ୍ୱ ବୋଧତା ଉପରେ ଅନେକ କଥା କହିଥିଲେ । ମୁଖ୍ୟ ବକ୍ତା ସ୍ୱାୟତ୍ତ ଶାସନର ମହତ୍ତ୍ୱ ଓ ନଗର ଉନ୍ନୟନ ଉପରେ ବକ୍ତବ୍ୟ ରଖିଥିଲେ ।

ଏହି ସମାରୋହରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସମାଜସେବା, ସାମ୍ବାଦିକତା ଓ ସାମାଜିକ ଅବଦାନ ପାଇଁ ଅଞ୍ଚଳର ବହୁ ବରିଷ୍ଠ ନାଗରିକ, ସମାଜସେବୀ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ସାମ୍ବାଦିକଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ଏହାସହିତ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସାଂସଦ ଓ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କିଛି ଭତ୍ତା ହିତାଧିକାରୀ ଙ୍କୁ କିଛି ମାସ ହେଲା ଭତ୍ତା ମିଳି ନଥିବାରୁ ସାଂସଦ ଙ୍କୁ ଅଭିଯୋଗ କରିଥିଲେ । ସାଂସଦ କାର୍ଯ୍ୟକ୍ରମ ନିର୍ବାହୀ ଅଧିକାରୀଙ୍କୁ ତୁରନ୍ତ ଏହାର ସମାଧାନ କରିବାକୁ କହିଥିଲେ । ଶେଷରେ ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଏନଏସି ପାଈଁ କିଛି ନୂତନ ଆଶା ନେଇ ତହସିଲଦାର ଙ୍କ ସହ କଥାହୋଇ ସବୁ ଉନ୍ନତି କରିବେ ବୋଲି କହି ଉପସ୍ଥିତ ଅତିଥି, ଓ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments