ଭଦ୍ରକ, (୨୩/୦୭) : ଆପ୍ର : ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ୨ ଜୀବନ । ବାଇକକୁ ଧକ୍କା ଦେଲା ଅଜଣା ଗାଡ଼ି ।
ଭଦ୍ରକ ୧୬ ନମ୍ୱର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଥାନା ଅଧୀନ ଜସୋଟିକିରୀ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ମୃତକ ଦୁଇ ଜଣ ହେଲେ ବାଲେଶ୍ୱର ଜିଲ୍ଲା ବେଗୁନିଆ ଅଞ୍ଚଳ ରତ୍ନାକର ଦାସ ଓ ଚନ୍ଦନ ସ୍ୱାଇଁ । ଦୁଇ ଜଣ ବାଇକରେ କଟକ ଯାଉଥିବା ବେଳେ ସେମାନଙ୍କୁ ଏକ ଅଜଣା ଗାଡି ଧକ୍କା ଦେଈ ଫେରାର ହୋଇଯାଇଥିଲା । ଖବର ପାଇ ଭଣ୍ଡାରିପୋଖରୀ ଦମକଳ ବାହିନୀ ସେମାନଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଡାକ୍ତରଖାନାକୁ ଆଣିଥିଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭଣ୍ଡାରିପୋଖରୀ ପୋଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ବ୍ୟବଛେଦ ପାଇଁ ଭଦ୍ରକ ଡାକ୍ତରଖାନା କୁ ପଠାଇଛି ।

