Homelocalକୋରାପୁଟ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ; ଡିସେମ୍ବର ୧୫ ରୁ ଆରମ୍ଭ...

କୋରାପୁଟ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ; ଡିସେମ୍ବର ୧୫ ରୁ ଆରମ୍ଭ ହେବ ଧାନ ମଣ୍ଡି

କୋରାପୁଟ, (୨୨/୧୧) : ଆପ୍ର : ଖରିଫ ବିପଣନ ବର୍ଷ ୨୦୨୬ ପାଇଁ କୋରାପୁଟ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ସ୍ଥାନୀୟ ସଦ୍‌ଭାବନା ସଭାଗୃହ ରେ ଅନୁଷ୍ଠିତ ହୋଇଛି ।WhatsApp Image 2026 11 23 at 15.56.58

ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଧାନ ସଂଗ୍ରହ ନିମନ୍ତେ ମଣ୍ଡି ୧୫ ଡିସେମ୍ବର ରେ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଚଳିତ ଖରିଫ ଋତୁ ରେ ଧାନ ସଂଗ୍ରହ କୁ ଶୃଙ୍ଖଳିତ ଓ ସ୍ୱଚ୍ଛ କରିବା ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି । ଚାଷୀ ପଞ୍ଜୀକରଣ, ଟୋକନ୍ ବ୍ୟବସ୍ଥା, ଧାନର ମାନ ଯାଞ୍ଚ ଆଉ ସମୟ ସୀମା ଭିତରେ ଚାଷୀ ଙ୍କୁ ଟଙ୍କା ପ୍ରଦାନ ନେଇ ନିଷ୍ପତ୍ତି ନିଆଯାଇଛି ।

ମଣ୍ଡି ରେ ଚାଷୀଙ୍କ ପାଇଁ ପାନୀୟ ଜଳ, ପାଇଖାନା, ବିଶ୍ରାମ ଗୃହ ଆଉ ଛାଇ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବୈଠକ ରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ, ଜୟପୁର ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି, କୋଟପାଡ଼ ବିଧାୟକ ଶ୍ରୀ ରୁପୁ ଭତ୍ରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ମେଲେକା, ଆରକ୍ଷୀ ଅଧୀକ୍ଷକ ଶ୍ରୀ ରୋହିତ ବର୍ମା, ଉପଜିଲ୍ଲାପାଳ ଫାବି ରସିଦ, ଅତିରିକ୍ତ ଜିଲ୍ଲାପାଳ ନରେଶ ଚନ୍ଦ୍ର ଶବର, କୋରାପୁଟ ସାଂସଦ ପ୍ରତିନିଧି ମନୋଜ ଆଚାର୍ଯ୍ୟ, ନବରଙ୍ଗପୁର ସାଂସଦ ପ୍ରତିନିଧି ରାମେଶ୍ୱର ଜେନାଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ ଓ ଚାଷୀ ପ୍ରତିନିଧି ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments