Homecrimeସୁଦାମ ନାଗ କୁ ଗୁଳି କରି ହତ୍ୟା ଘଟଣାର ପର୍ଦ୍ଦାଫାସ , ଦୁଇ ପୁରୁଷ ବନ୍ଧୁଙ୍କ...

ସୁଦାମ ନାଗ କୁ ଗୁଳି କରି ହତ୍ୟା ଘଟଣାର ପର୍ଦ୍ଦାଫାସ , ଦୁଇ ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ୱାମୀଙ୍କୁ ହତ୍ୟା , ପିସ୍ତଲ ଓ ବ୍ୟବହୃତ ଗାଡି ଜବତ : ୩ ଗିରଫ

ସୁବର୍ଣ୍ଣପୁର, (୨୦/୧୧) : ଆପ୍ର : ବହୁ ଚର୍ଚ୍ଚିତ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅଞ୍ଚଳରେ ସୁଦାମ ନାଗଙ୍କୁ ଗୁଳିକରି ମର୍ମନ୍ତୁଦ ହତ୍ୟା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତାଙ୍କ ପତ୍ନୀ ବୋଲି ପୋଲିସ ଅନୁସନ୍ଧାନରୁ ଜଣାପଡିଛି ।WhatsApp Image 2026 11 20 at 20.51.14

ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଦୁଇଜଣ ପୁରୁଷ ବନ୍ଧୁଙ୍କ ସହାୟତା ନିଆଯାଇଥିଲା। ଏହି ମାମଲାରେ ଡୁଙ୍ଗୁରିପାଲି ପୋଲିସ ମୃତକଙ୍କ ପତ୍ନୀ କବିତା ନାଗ ଏବଂ ତାଙ୍କ ଦୁଇ ପୁରୁଷ ବନ୍ଧୁ ତ୍ରିଲୋଚନ ଓରଫ୍ ଟିଙ୍କୁ ବାଗ ଓ ଯୁବରାଜ ସାହୁ କୁ ଗିରଫ କରିଛନ୍ତି ଛନ୍ତି । ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆଜି ୨୦ ତାରିଖ ଦିନ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପି ନାରାୟନ ନାୟକ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କେ. କେ ହରିପ୍ରସାଦ ଗୁଳିକାଣ୍ଡ ଜନିତ ହତ୍ୟାକାଣ୍ଡର ବିବରଣୀ ପ୍ରଦାନ କରିଥିଲେ। ଗତ ୧୭ ତାରିଖ ଦିନ ସାଲେପାଲି-ଆଇଁଲାସାରି ରାସ୍ତାର ପାଙ୍କେଲ ଛକ ନିକଟରେ ଏହି ଗୁଳିକାଣ୍ଡ ହୋଇଥିଲା। ଏଥିରେ ରାମପୁର ଥାନା ବ୍ରାହ୍ମଣୀପାଲି ଗ୍ରାମର ୩୫ ବର୍ଷୀୟ ସୁଦାମ ନାଗଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଯାଇଥିଲା ।

ପୋଲିସ ତଦନ୍ତରୁ ଜଣାପଡ଼ିଛି, କବିତା ନାଗଙ୍କ ସହିତ ତାଙ୍କ ବ୍ରାହ୍ମଣୀପାଲି ଗ୍ରାମର ଯୁବରାଜ ସାହୁ ଓ ପରେ ନିକଟସ୍ଥ କପାସିରା ଗ୍ରାମର ତ୍ରିଲୋଚନ ବାଗଙ୍କର ପ୍ରାୟ ଦୀର୍ଘ୍ ବର୍ଷ ଧରି ଅନୈତିକ ସମ୍ପର୍କ ରହିଥିଲା । ଏହା ଜାଣିବା ପରେ ସୁଦାମ ନାଗ ତ୍ରିଲୋଚନଙ୍କୁ ଘରକୁ ଆସିବାକୁ ବାରଣ କରିଥିଲେ । ଏହାକୁ ନେଇ ତିନିଜଣ ମିଶି ସୁଦାମଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ । ଷଡ଼ଯନ୍ତ୍ର ପାଇଁ କବିତା ନାଗ ନିଜର ସୁନା ମଙ୍ଗଳସୂତ୍ର ତ୍ରିଲୋଚନଙ୍କୁ ଦେଇଥିଲେ । ତ୍ରିଲୋଚନ ଏହାକୁ ଜଣେ ବଣିଆଙ୍କ ନିକଟରେ ୪୫ ହଜାର ଟଙ୍କାରେ ବନ୍ଧକ ପକାଇଥିଲେ । ସେହି ଟଙ୍କାରେ ସେ ରାଉରକେଲାର ଜଣେ ବ୍ୟକ୍ତିଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ ଓ ଗୁଳି ପ୍ରାୟ ୬୦ ହଜାର ଟଙ୍କା ଦେଇ କିଣିଥିଲେ । ଏଥିପାଇଁ ଫୋନ୍ ପେ ଓ ନଗଦ ଟଙ୍କା ମାଧ୍ୟମରେ ଅର୍ଥ ପୈଠ କରାଯାଇଥିଲା ।WhatsApp Image 2026 11 20 at 20.51.09

ଗତ ୧୭ ତାରିଖ ଦିନ ସୁଦାମ ନାଗ ମୋଟର ସାଇକେଲ ମରାମତି ପାଇଁ ଡୁଙ୍ଗୁରିପାଲି ସ୍ଥିତ ଏକ ଗ୍ୟାରେଜକୁ ଯାଇଥିଲେ । କବିତା ଫୋନ୍ କରି ତାଙ୍କ ଅବସ୍ଥିତି ବିଷୟରେ ଯୁବରାଜ ସାହୁଙ୍କୁ ଜଣାଉଥିଲେ । କବିତା ହ୍ୱାଟ୍ସଆପ୍ କଲ୍ ମାଧ୍ୟମରେ ଯୁବରାଜଙ୍କୁ ସୂଚନା ଦେଉଥିବା ବେଳେ ସେ ତ୍ରିଲୋଚନଙ୍କୁ ସୂଚନା ଦେଉଥିଲେ । ଏହି ସୂଚନା ଆଧାରରେ ତ୍ରିଲୋଚନ ପାଙ୍କେଲ ଛକ ନିକଟରେ ସୁଦାମଙ୍କୁ ଅଟକାଇ ପ୍ରଥମେ ୨ ରାଉଣ୍ଡ ଗୁଳି କରି ଥିଲେ ।

ତାହା ତାଙ୍କ ଜଙ୍ଘ ଓ ପିଠି ରେ ବାଜିଥିଲା । କିଛି ବାଟ ଯିବା ପରେ ସେ ତଳେ ପଡ଼ିଯିବାରୁ ପାଖକୁ ଯାଇ ଆଉ ୨ ରାଉଣ୍ଡ ଗୁଳି ଅତି ନିକଟରୁ ତାଙ୍କ ଛାତି ଓ ମୁଣ୍ଡକୁ ଚଳାଇଥିଲେ । ଘଟଣାସ୍ଥଳରେ ହିଁ ସୁଦାମଙ୍କ ମୃତ୍ୟୁ ହୋଇଥିଲା । ହତ୍ୟା ପରେ ନିଜକୁ ବଞ୍ଚାଇବା ପାଇଁ ସୁଦାମାଙ୍କ ପତ୍ନୀ କବିତା ନାଗ ଥାନାରେ ଅଜଣା ବ୍ୟକ୍ତି ହତ୍ୟା କରିଥିବା ମିଥ୍ୟା ଅଭିଯୋଗ କରିଥିଲେ । ପୋଲିସ ଦେଶୀ ପିସ୍ତଲ, ୪ଟି ଖାଲି ଖୋକା, ୨ଟି ମୋଟରସାଇକେଲ ଓ ୫ଟି ମୋବାଇଲ ଜବତ କରିଛନ୍ତି । ତିନି ଅଭିଯୁକ୍ତ ପ୍ରେମିକ ପ୍ରେମିକାଙ୍କୁ ପୋଲିସ କୋର୍ଟ ଚାଲାଣ କରିଛନ୍ତି। ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments