ପୁରୁଷୋତ୍ତମପୁର, (୨୦/୦୮) : ଆପ୍ର : ଆଜି ସନ୍ଧ୍ୟରେ ବିଧାନ ସଭା ଗୃହ କମିଟି ର ଅଧକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷଣ ବାଗ ଓ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ, ଖଣ୍ଡ ପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ମନ୍ଦିର ରେ ପହଞ୍ଚିଥିଲେ ।
ତାଙ୍କୁ ସ୍ୱାଗତ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ, ପିଡି ସମୀର କୁମାର ଜେନା, ଛତ୍ରପୁର ଉପଜିଲ୍ଲାପାଳ ସୁଭାଶିଷ ବରାଳ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ଏଟିଓ ପି ଦେବାଶିଷ ମହାପାତ୍ର, ପୁରୁଷୋତ୍ତମପୁର ଏସଡ଼ି ପିଓ ସୁଜିତ କୁମାର ନାୟକ, ପୁରୁଷୋତ୍ତମପୁର ଆଇ ଆଇ ସି କୂଳମଣି ସେଠୀ, ଓଷ୍ଟାଫ, ମନ୍ଦିର ପୂର୍ତ୍ତ ବିଭାଗ ଏସଡ଼ିଓ ସୁରେଶ କୁମାର ମିଶ୍ର, ମନ୍ଦିର ସେବାୟତ ବାପୁଜୀ ରଣା, ରାଇପୁର ଆରଇ ଭଗବାନ ବେହେରା ଓ ଷ୍ଟାଫ, ସମସ୍ତ ସେବାୟତ ଅତିଥି ମାନଙ୍କୁ ପୁଷ୍ପ ଗୁଛ ଏବଂ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ ଓ ସେବାୟତ ବାପୁଜୀ ମନ୍ଦିର ଭିତରେ ମାଆଙ୍କୁ ଦର୍ଶନ କରି ତାଙ୍କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଜିଲ୍ଲାପାଳ ଅତିଥି ମାନଙ୍କୁ ସେମାନଙ୍କୁ ମନ୍ଦିର ର ବିଭିନ୍ନ ଉନ୍ନତି କାରୁକାର୍ଯ୍ୟ ଓ କାମ ବିଷୟରେ ବୁଝାଇ ଥିଲେ ଏବଂ ସେମାନଙ୍କୁ ବିଭିନ୍ନ ମେପ ଦେଖାଇଥିଲେ । ସେମାନେ ଆଜି ଯେଉଁ ସଦସ୍ୟ ମାନେ ଗଞ୍ଜାମ ଜିଲ୍ଲା ର ବିଭିନ୍ନ କାର୍ଯ୍ୟ କୁ ଅନୁଧାନ ଓ ପରିଦର୍ଶନ କରିବାକୁ ଆସି ବହୁତ ଖୁସି ଏବଂ ମାଆଙ୍କୁ ଦର୍ଶନ କରି ବହୁତ ଖୁସି ଥିବାର କହିଛନ୍ତି ।

