Homelocalରାୟଗଡା ବସ୍ ଷ୍ଟାଣ୍ଡର ଦୁଃଖ

ରାୟଗଡା ବସ୍ ଷ୍ଟାଣ୍ଡର ଦୁଃଖ

ରାୟଗଡା, (୨୧/୦୮) : ଆପ୍ର : ଦୂରଦୂରାନ୍ତ ଯାତ୍ରା କରିବା ନିମନ୍ତେ ରାୟଗଡା ବସ୍ ଷ୍ଟାଣ୍ଡ ଉପରେ ନିର୍ଭର କରନ୍ତି ୧୦ଗୋଟି ବ୍ଲକ୍ ର ହଜାର ହଜାର ଲୋକ ।WhatsApp Image 2026 08 21 at 10.05.20

ରାୟଗଡା ସହରରେ ଥିବା ବସଷ୍ଟାଣ୍ଡରେ ନାନା ପ୍ରକାର ସମସ୍ୟା ଦେଖିବାକୁ ମିଳିଛି । ଦୀର୍ଘ ଦିନ ଧରି ଚାଲୁଥିବା ପ୍ରବେଶ ଓ ପ୍ରସ୍ଥାନ ଦୁଇଟି ଗେଟ୍ କାମ ଆଜକୁ ୧ବର୍ଷ ଧରି ଚାଲୁଛି ସମ୍ପୂର୍ଣ୍ଣ ହେଉନି । ମନ୍ଥର ଗତିରେ ଚାଲିଛି ଏହି ପ୍ରବେଶ ପ୍ରସ୍ଥାନ ଦ୍ୱାର କାର୍ଯ୍ୟ । ଅନ୍ୟପଟେ ବସ୍ ଷ୍ଟାଣ୍ଡ ଆବର୍ଜନା ଭରା ପରିବେଶ ଯାତ୍ରୀ ମାନେ ଘଡ଼ିଏ ଠିଆ ହୋଇ ରହିବା ମଧ୍ୟ ଅନୁକୂଳ ନୁହେଁ । ଯାତ୍ରୀ ମାନେ ବସିବା ଜାଗାରେ ଫେନ୍ ମଧ୍ୟ ଚାଲୁନି, କିଛି ଜାଗାରେ ଲାଇଟ ମଧ୍ୟ ବନ୍ଦ ରହିଛି । ଲୋକଙ୍କ ସୁଵିଧା ପାଇଁ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ୍ ଅଚଳ ହୋଇପଡିଛି । ପାନୀୟ ଜଳର ବ୍ୟବସ୍ଥା ନାହିଁ ।

ସବୁଠାରୁ ବଡ଼ ସମସ୍ୟା ହେଉଛି ବସ୍ ରହଣି । ଏହା ଘରୋଇ ବସ୍ ମାଲିକ ମାନଙ୍କର ପାର୍କିଂ ସ୍ଥଳ ପାଲଟି ଯାଇଛି, କାରଣ ଭୋର୍ ସକାଳୁ ଯିବା ବସ୍ ସଂଧ୍ୟା ୫ଟାରୁ ଆଣି ବସ୍ ଷ୍ଟାଣ୍ଡ ରେ ରଖି ଦେଉଛନ୍ତି । ସେହିଭଳି ରାତିରେ ଯିବା ନାଇଟ କୋଚ୍ ଗୁଡ଼ିକ ସକାଳୁ ଆସି ଦିନସାରା ବସ୍ ଷ୍ଟାଣ୍ଡରେ ରଖି ବିଶ୍ରାମ ନିଅନ୍ତି । ଅନ୍ୟପଟରେ କିଛି ଅଚଳ ବସ୍ ଆଜକୁ ଏକ ବର୍ଷ ହେଲାଣି ଅଚଳ ହୋଇ ପଡ଼ି ରହିଛି ଏବଂ ଜାଗା ମାଡ଼ି ବସିଛି ।WhatsApp Image 2026 08 21 at 10.04.57

ସରକାରି ବସ୍ ବସ୍ ଷ୍ଟାଣ୍ଡ ଭିତରକୁ କମ୍ ଆସୁଛି ଆସିଲେ ମଧ୍ୟ ବାଇପାସ୍ ରାସ୍ତା ଉପରେ ରଖି କିଛି ସମୟ ରହି ଚାଲିଯାଉଛି । ସମ୍ପୂର୍ଣ୍ଣ ଭାବେ କହିବାକୁ ରାୟଗଡ଼ ବସଷ୍ଟାଣ୍ଡ ଘୋରୋଇ ବସ୍ ମାଲିକଙ୍କ କବଜାରେ । ପ୍ରାୟ ୨୫/ ୩୦ ବସ୍ ସକାଳୁ ଯାତ୍ରା ଆରମ୍ଭ କରିବ। କିନ୍ତୁ, ସଂଧ୍ୟା ଠାରୁ ବସ୍ ଷ୍ଟାଣ୍ଡରେ ରହି ଅନ୍ୟ ଯାତାୟାତ ବସ୍ ପାଇଁ ଅସୁବିଧା ସୃଷ୍ଟି କରୁଛନ୍ତି ବୋଲି ଅଧିକାଂଶ ଯାତ୍ରୀ ଅଭିଯୋଗ କରିଛନ୍ତି।
ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବସ୍ ଷ୍ଟାଣ୍ଡରେ ଥିଲା ପୁଲିସ୍ ଫାଣ୍ଡି ।

କିନ୍ତୁ, ତାହା ମଧ୍ୟ ଆଜକୁ ମାସେ ହେଲା ତାଲା ଝୁଲି ରହିଛି ଫାଣ୍ଡିରେ । ଯାହାଦ୍ଵାରା ବସ୍ ଷ୍ଟାଣ୍ଡ ରେ ହେଉଥିବା ଗଣ୍ଡଗୋଳ, ପ୍ୟାକେଟ ମାର, ଯାହା ଭି କିଛି ଅସାମାଜିକ ବ୍ୟକ୍ତିଙ୍କ ଉପଦ୍ରବ ଚୁପ୍ ହୋଇ ଦେଖିବାକୁ ପଡ଼ୁଛି ବୋଲି କହିଛନ୍ତି ବସ୍ ଯାତ୍ରୀ । ସରକାରି ବସ୍ ରହଣି, ଏଟିଏମ୍ କାର୍ଯ୍ୟକାରୀ, ପାନୀୟ ଜଳର ବ୍ୟବସ୍ଥା, ସ୍ବଚ୍ଛତା ପ୍ରତି ଧ୍ୟାନ ଦେବା ଏବଂ ପୁଲିସ ଫାଣ୍ଡି ଖୋଲିବା ଓ ଚାଲିଥିବା ନିର୍ମାଣ କାର୍ଯ୍ୟ ତ୍ଵରାନିତ କରିବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇବା ନିହାତି ଜରୁରୀ ବୋଲି ଦାବି ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments