ଦାଦାର ବାଡ଼ି ପ୍ରହାରରେ ଝିଆରୀ ମୃତ

Date:

Share post:

ବାସୁଦେବପୁର, (୨୪/୦୬) : ଆପ୍ର : ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ଭୈରବପୁର ଗାଁ’ରେ ଅଘଟଣ । ଦାଦାର ବାଡ଼ି ପ୍ରହାରରେ ଝିଆରୀର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।

ମୃତକ ମହିଳା ହେଉଛନ୍ତି ସସ୍ମିତା ପରିଡା । ମାଡ଼ ମାରିଥିବା ଦାଦା ପ୍ରହଲ୍ଲାଦ ବାରିକକୁ ପୁଲିସ ଖୋଜୁଛି । ଲୁଗା ଶୁଖାଇବା ପାଇଁ ସସ୍ମିତା ଘର ପାଖରେ ଏକ ବାଉଁଶ ପୋତିଥିଲା । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପ୍ରହଲ୍ଲାଦ ହାତରେ ଧରିଥିବା ବାଡ଼ିରେ ସସ୍ମିତାର ମୁଣ୍ଡକୁ ପ୍ରହାର କରିଥିଲା । ଘଟଣାସ୍ଥଳରେ ସସ୍ମିତା ତଳେପଡି ଚେତା ହରାଇ ଥିଲା । ପରିବାର ପକ୍ଷରୁ ତାକୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡ଼ାକ୍ତର ମୃତ ଘୋଷଣା କରିଛନ୍ତି । ପ୍ରହଲ୍ଲାଦ ବାଡ଼ିରେ ପିଟି ମୋ ମା’କୁ ମାରିଦେଇଥିବା ସସ୍ମିତାର ଝିଅ ପ୍ରିୟଙ୍କା ଥାନାରେ ଅଭଯୋଗ କରିଛି । ପୁଲିସ ସାଇଣ୍ଟିଫିକ ଟିମର ସହାୟତା ସହ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଜିଲ୍ଲାସ୍ତରୀୟ ଜୈବ କୃଷି ଓ ପ୍ରାକୃତିକ କୃଷି କର୍ମଶାଳା

ବଲାଙ୍ଗିର, (୨୫/୦୬) : ଆପ୍ର : ମାଟିର ଉର୍ବରତା ରକ୍ଷା କରିବା ସହ ମାନବ ସମାଜକୁ ବିଷମୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସ୍ଥାନୀୟ କୋଶଳ...

ନୂଆପଡା ଜିଲ୍ଲାରେ ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ

ନୂଆପଡ଼ା, (୨୫/୦୬) : ଆପ୍ର : ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା...

ପୁରୀରେ ପହଁଚିଲା ରଥ ଦଉଡ଼ି

ପୁରୀ, (୨୫/୦୬) : ଆପ୍ର : ବିଶ୍ୱନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପୁରୀରେ ତିନି ରଥ ଦଉଡ଼ି ପହଁଚିଛି । ଦୁଇଟି...

କନ୍ଧମାଳରେ ଚାଞ୍ଚଲ୍ୟ; ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗ ପରେ ଜି.ଉଦୟଗିରି ପୋଲିସର ତଦନ୍ତ ଆରମ୍ଭ

କନ୍ଧମାଳ, (୨୫/୦୬) : ଆପ୍ର : କନ୍ଧମାଳ ଜିଲ୍ଲାରେ ଜଣେ ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗକୁ ନେଇ ଚର୍ଚ୍ଚା ବଢ଼ିଛି । ଏହି ଘଟଣାରେ ପୋଲିସ...