ପାନୀୟ ଜଳ ସଙ୍କଟକୁ ନେଇ ଆଦିବାସୀ ସଂଘ ର ସାମ୍ବାଦିକ ସମ୍ମିଳନୀ ,ମନ୍ତ୍ରୀ ଗସ୍ତ ରେ ଆସି ଭୁଆଁ ବୁଲେଇ ଚାଲିଗଲେ

Date:

Share post:

ବଲାଙ୍ଗୀର//ଟିଟିଲାଗଡ, (୦୯/୦୬) : ଆପ୍ର : ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ ପକ୍ଷରୁ ପାନୀୟ ଜଳ ସମସ୍ୟା କୁ ନେଇ ଏକ ସାମ୍ୱାଦିକ ସମ୍ମିଳନୀ ସ୍ଥାନୀୟ ଆଦିବାସୀ ଭବନ ଠାରେ ଅନୁଷ୍ଠିତ ହୋଇ ଯାଇଛି ।

ଟିଟିଲାଗଡ଼ ସବ ଡିଭିଜନ , ମୁରିବାହାଲ, ବଙ୍ଗୋମୁଣ୍ଡା, ସଇଁତଲା, ତୁରେକେଲା,ବଙ୍ଗୋମୁଣ୍ଡା ତଥା ଅନେକ ବ୍ଲକ ଅଞ୍ଚଳ ର ଅଧିବାସୀ ପାନୀୟ ଜଳ ଟୋପାଏ ପାଇଁ ଡହଳ ବିକଳ ହୋଇ ଆସୁଛନ୍ତି । ନାମକୁ ମାତ୍ର ସୂଚନା ଫଳକ ଓ ଓଭର ହେଡ ଟ୍ୟାଙ୍କର ଆଳରେ କୋଟି, କୋଟି ଟଙ୍କା ହଡ଼ପ କରିଦେଇ ସେହିପରି ଭାବେ ଛାଡ଼ି ଦିଆଯାଇଛି । ବିଗତ ଦିନରେ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାଏକ ଏକ ଗସ୍ତ ରେ ଆସି ଏହା ପୂର୍ବ ସରକାର ଙ୍କ କାମ ତାଙ୍କ ଶାସନ କାଳ କୁ ଦୁଇ ବର୍ଷ ହେଇଥିବା ଓ ଏ ସମସ୍ୟା ତୁରନ୍ତ ସମାଧାନ ହୋଇ ଯିବ କହି ଦୃଢୋକ୍ତି ପ୍ରକାଶ କରିଥିଲେ ।

ପରିତାପ ର ବିଷୟ ଯେ, ଆଜି ସୁଦ୍ଧା ସେହିଭଳି ସ୍ଥିତି ଥିବା ବେଳେ ଲୋକ ଙ୍କ ସମସ୍ୟା ଆଉ ଉତ୍କଟ ରୂପ ଧାରଣ କରିଛି । ଜିଲ୍ଲାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ସଂଗଠକ ଥବୀର ପୁଝାରୀଙ୍କ ଆହ୍ୱାନକ୍ରମେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ଉପଜିଲ୍ଲାପାଳଙ୍କୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜଣାଇଥିଲେ ।

ଏହାର ତୁରନ୍ତ ସମାଧାନ ନ କରା ଗଲେ ଟିଟିଲାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ ଓ ମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ କରାଯିବ ବୋଲି ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ସଂଗଠକ ଶ୍ରୀ ପୁଝାରୀ ଚେତାବନୀ ଦେଇଥିଲେ । ବିଶେଷ ଦ୍ରଷ୍ଟବ୍ୟ ଯେ ବିଗତ ଦିନରେ ସଙ୍ଘ ତରଫ ରୁ ଭୁବନେଶ୍ଵର ମୁଖ୍ୟ କାର୍ଯ୍ୟାଳୟ ତଥା ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ଯାଇ ଅଭିଯୋଗ କରି ସୁଦ୍ଧା କିଛି ସୁଫଳ ମିଳିନାହିଁ,ଏଣୁ ଆନ୍ଦୋଳନ ପାଇଁ ବାଧ୍ୟ ବୋଲି ପ୍ରକାଶ ପାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ଉପଦେଷ୍ଟା ଦେବସିଂ ମାଝୀ, ସଙ୍ଘର ଲମ୍ବୋଦର ଭୋଇ, ରୁଦ୍ର ମାଝୀ, ସିଦ୍ଧାନ୍ତ ମାଝୀ, ପିଣ୍ଟୁ ମାଝୀ, ଭୁବନେ ମାଝୀ, ପରଂବ୍ରହ୍ମ ମାଝୀ, ଟିକେଶ୍ୱର ଭୋଇ, ନାରୀନେତ୍ରୀ ରୀନା ମାଝୀ, ପତ୍ରଙ୍ଗି ମାଝୀ ସମୂହ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଉତ୍ତର-ଉପକୂଳ ଛୁଇଁଲା ମୌସୁମି

ଭୁବନେଶ୍ବର, (୧୭/୦୬) : ଆପ୍ର : ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଉତ୍ତର-ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକୁ ସ୍ପର୍ଶ କରିଥିବା ବେଳେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାକୁ...

୨୮ରୁ ଓଟିଇଟି

କଟକ, (୧୭/୦୬) : ଆପ୍ର : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୬ ବର୍ଷର ଓଡ଼ିଶା ଶିକ୍ଷକ ଯୋଗ୍ୟତା ଟେଷ୍ଟ (ଓଟିଇଟି)...

ରଥଯାତ୍ରା ସଂପର୍କିତ ପ୍ରସ୍ତୁତି ବୈଠକର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, (୧୭/୦୬) : ଆପ୍ର : ପୁରୀ ରଥଯାତ୍ରା ସଂପର୍କିତ ପ୍ରସ୍ତୁତି ଲାଗି ବିଭିନ୍ନ କାର୍ଯ୍ୟ ଅଗ୍ରଗତି ନେଇ ବୈଠକରେ ମୁଖ୍ୟ ଶାସନ ସଚିବ...

ରାମକୃଷ୍ଣ ନଗରରେ ରଜ ମଉଜ ପାଳିତ

ରାୟଗଡା, (୧୭/୦୬) : ଆପ୍ର : ବିବିଧତା ଭିତରେ ଏକତା, ସ୍ନେହ ଶ୍ରଦ୍ଧା, ଆନ୍ତରିକତା ଓ ଆତ୍ମୀୟତାର ପରିଚୟ ଦେଇଛି ରଜ ପର୍ବ ।...