୮ ମାସର ଗର୍ଭବତୀଙ୍କୁ ଗାଁ ଦାଣ୍ଡରେ ମାଡ଼, ଥାନାରେ ଲିଖିତ ଅଭିଯୋଗ

Date:

Share post:

ଉଦଳା, (୧୭/୦୬) : ଆପ୍ର : ଏକ ସାଙ୍ଗେ ୩୦ ରୁ ଅଧିକ ଆସିଲେ, ଘରୁ ଯୁବକଙ୍କୁ ନେଇ ଗଛରେ ବାନ୍ଧି ନିର୍ଘାତ ବାଡେ଼ଇଲେ । ଏହାକୁ ବିରୋଧ କରିବାରୁ ୮ ମାସର ଗର୍ଭବତୀ ମହିଳାଙ୍କୁ ମଧ୍ୟ ଗାଁ ଦାଣ୍ଡରେ ନିର୍ଘାତ ବାଡେ଼ଇଲେ

ଯେଉଁଥିରେ ଉଭୟ ଗୁରୁତର ହୋଇଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ବାଘିଆଗଡି ଗ୍ରାମରେ । ଗ୍ରାମର ସିପୁନ ମଲ୍ଲିକ ଆଜି ଘରେ ବସିଥିବା ବେଳେ ଅଚାନକ ବାଘିଆଗଡି ଗ୍ରାମର ଉପରସାହି ରୁ ୩୦ ରୁ ଅଧିକ ବ୍ୟକ୍ତି ଆସି ସିପୁନଙ୍କୁ ଘରୁ ନେଇ ଯାଇ ଗ୍ରାମରେ ଏକ ଗଛରେ ବାନ୍ଧି ନିର୍ଘାତ ମାଡ଼ ମାରିଥିଲେ । ଆଉ ମାଡ଼ ମାରି ଗୁରୁତର କରି ଚାଲି ଯାଇଥିବା ନେଇ ଅଭିଯୋଗ ହୋଇଛି । ଏପରିକି ସେହି ବ୍ୟକ୍ତିମାନଙ୍କୁ ଅଟକାଇଥିବା ବେଳେ ସିପୁନଙ୍କ ଗର୍ଭବତୀ ସ୍ତ୍ରୀଙ୍କୁ ମଧ୍ୟ ସେମାନେ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ସିପୁନ ରାଜ୍ୟ ବାହାରେ କାମ କରୁଥିବା ବେଳେ ଉପରସାହି ଅଞ୍ଚଳର କିଛି ଯୁବକ ମଧ୍ୟ ତାଙ୍କ ସହିତ କାମକୁ ଯାଇଥିଲେ ।

ରଜ ପାଇଁ ସମସ୍ତେ ଘରକୁ ଫେରିଥିବା ବେଳେ ସମସ୍ତ ଟଙ୍କା ସେମାନଙ୍କୁ ସିପୁନ ଦେଇଥିଲେ । ହେଲେ ସିପୁନ ଟଙ୍କା ଦେଇ ନ ଥିବା କହି ଯୁବକମାନେ ଏହିଭଳି ପ୍ରାଣାନ୍ତକ ଆକ୍ରମଣ କରିଥିବା କହିଛନ୍ତି । ଖବର ପାଇ କପ୍ତିପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣରେ ଗୁରୁତର ସିପୁନ ଏବଂ ତାଙ୍କ ସ୍ତ୍ରୀ ଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଏ ନେଇ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଉତ୍ତର-ଉପକୂଳ ଛୁଇଁଲା ମୌସୁମି

ଭୁବନେଶ୍ବର, (୧୭/୦୬) : ଆପ୍ର : ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଉତ୍ତର-ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକୁ ସ୍ପର୍ଶ କରିଥିବା ବେଳେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାକୁ...

୨୮ରୁ ଓଟିଇଟି

କଟକ, (୧୭/୦୬) : ଆପ୍ର : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୬ ବର୍ଷର ଓଡ଼ିଶା ଶିକ୍ଷକ ଯୋଗ୍ୟତା ଟେଷ୍ଟ (ଓଟିଇଟି)...

ରଥଯାତ୍ରା ସଂପର୍କିତ ପ୍ରସ୍ତୁତି ବୈଠକର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, (୧୭/୦୬) : ଆପ୍ର : ପୁରୀ ରଥଯାତ୍ରା ସଂପର୍କିତ ପ୍ରସ୍ତୁତି ଲାଗି ବିଭିନ୍ନ କାର୍ଯ୍ୟ ଅଗ୍ରଗତି ନେଇ ବୈଠକରେ ମୁଖ୍ୟ ଶାସନ ସଚିବ...

ରାମକୃଷ୍ଣ ନଗରରେ ରଜ ମଉଜ ପାଳିତ

ରାୟଗଡା, (୧୭/୦୬) : ଆପ୍ର : ବିବିଧତା ଭିତରେ ଏକତା, ସ୍ନେହ ଶ୍ରଦ୍ଧା, ଆନ୍ତରିକତା ଓ ଆତ୍ମୀୟତାର ପରିଚୟ ଦେଇଛି ରଜ ପର୍ବ ।...