ଡାକ୍ତରଙ୍କ ଚିକିତ୍ସା ଅଭାବରୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ, ପ୍ରତିବାଦରେ ଚିକିତ୍ସାଳୟରେ ଉତ୍ତେଜନା

Date:

Share post:

ମାଲକାନଗିରି, (୧୮/୦୬) : ଆପ୍ର : ଡାକ୍ତରଙ୍କ ଚିକିତ୍ସା ଅଭାବରୁ ରୋଗୀ ମୃତ୍ୟୁ ଅଭିଯୋଗ । ପ୍ରତିବାଦରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ।

୮ମାସର ପ୍ରସୂତୀଙ୍କ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ଆକ୍ରମଣ କରିଛନ୍ତି ଲୋକ । ମୃତ ମହିଳା ହେଲେ ବନ୍ଦନା ମଣ୍ଡଳ । ଗତକାଲି ରାତିରେ ତାଙ୍କୁ ସାପ କାମୁଡିଥିବା ସନ୍ଦେହରେ ପରିବାର ଲୋକ ସଦର ଚିକିତ୍ସାଳୟକୁ ନେଇଥିଲେ । ଏପରିକି ସାପଟିକୁ ମାରି ମେଡିକାଲ ଆଣିଥିଲେ ପରିବାର। ହେଲେ ହସ୍ପିଟାଲରେ ତାଙ୍କୁ ସଠିକ୍ ଚିକିତ୍ସା ମିଳିଥିଲା । ସକାଳେ ଘରକୁ ଫେରିବା ପରେ ପୁଣି ଅସୁସ୍ଥ ହୋଇପଡିଥିଲେ ।

ପରେ ପୁଣି ମେଡିକାଲ ନେଇଥିଲେ ମଧ୍ୟ ତଙ୍କର ମୃତ୍ୟୁ ହୋଇଥିଲା । ରୋଗୀ ସୁସ୍ଥ ହୋଇନଥିଲେ ମଧ୍ୟ ଡାକ୍ତର ଡିସଚାର୍ଜ କରିଦେଇଥିବା ଅଭିଯୋଗ କରିଛନ୍ତି ପରିବାର । ସେପଟେ ଚିକିତ୍ସାରେ କୌଣସି ଅବହେଳା କରାଯାଇନଥିବା କହିଛନ୍ତି ଡାକ୍ତର । ଏହାକୁ ନେଇ ପରିବାର ଲୋକ ଉତ୍‌କ୍ଷିପ୍ତ ହୋଇ ମେଡିକାଲ୍‌ରେ ହଙ୍ଗାମା କରିଛନ୍ତି । ମୃତକଙ୍କ ସମ୍ପର୍କୀୟ ଡାକ୍ତର ଓ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଅଟୋକୁ ଧକ୍କା ଦେଲା କାର ୩ ଗୁରୁତର ୬ ଆହତ

ଅନୁଗୁଳ, (୧୮/୦୬) : ଆପ୍ର : ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା। ଅଟୋକୁ ପିଟିଲା କାର। ଜରପଡା ଥାନା ଅନ୍ତର୍ଗତ ବିମଳବେଡା...

ଲାଞ୍ଚ ନେଉଥିବା ସମୟରେ ଏଏସଆଇ ଓ ହୋମଗାର୍ଡଙ୍କୁ ମାଡିବସିଲା ଭିଜିଲାନ୍ସ

ଭୁବନେଶ୍ଵର, (୧୮/୦୬) : ଆପ୍ର : ଲାଞ୍ଚ ନେଉଥିବା ସମୟରେ ଜଣେ ଏଏସଆଇ ଓ ହୋମଗାର୍ଡଙ୍କୁ ମାଡିବସିଲା ଭିଜିଲାନ୍ସ । ଏଭଳି ଘଟଣା ଘଟିଛି...

ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା

ପାଟଣାଗଡ଼, (୧୮/୦୬) : ଆପ୍ର : ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ୍ୟୁ ଅଭିଯୋଗ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରେ ଉତ୍ତେଜନା ଦେଖିବାକୁ...

ରେଲଓ୍ବେ ଚାକିରି କରାଇ ଦେବା ନାଁରେ ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ବାପ ଝିଅ ଗିରଫ

ଭୁବନେଶ୍ୱର, (୧୮/୦୬) : ଆପ୍ର : ରେଲୱେରେ ଚାକିରି ଦେବା ନାଁରେ ଠକେଇ । ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବାପ ଝିଅ ଗିରଫ...