ଭୁବନେଶ୍ବର, (୨୭/୦୮) : ଆପ୍ର : ରାଜଧାନୀରେ ବିଭିନ୍ନ ମିଠା ଦୋକାନରେ ଚଢ଼ାଉ । ରାଖିପୂର୍ଣ୍ଣିମା ଅବସରରେ ଖାଦ୍ୟ ସୁରକ୍ଷା ଓ ନିରାପତ୍ତା ବିଭାଗର ଚଢ଼ାଉ ।
ବିଏମସିର ଫୁଡ୍ ସେଫଟି ଟିମ୍ ଜାଗମରା, ଡେଲଟା ଛକ, ଶିରିପୁର ଭଳି ବିଭିନ୍ନ ଛକ ଉପରେ ଥିବା ଗହଳୀପୂର୍ଣ୍ଣ ମିଠା ଦୋକାନରେ ପଶି ଖାଦ୍ୟ ନମୁନା ଯାଞ୍ଚ କରୁଛନ୍ତି । ରାକ୍ଷୀ ପୂର୍ଣ୍ଣିମା ରେ ମିଠା କିଣିବାକୁ ଗହଳି ଚହଳି । ହେଲେ ଏହି ମୋକାରେ ମିଠା ଦୋକାନରେ ପଶୁଛି ଫୁଡ ସେଫଟି ଟିମ୍ । ନକଲି ପନିର ଓ ଛେନା ବିକ୍ରି ଯାଚ ନେଇ ଚଢାଉ ଜାରି । ରାକ୍ଷୀ ପୂର୍ଣ୍ଣିମା ଅବସରରେ ମିଠା ଦୋକାନ ମାନଙ୍କରେ ରେ ଘନ ଘନ ରେଡ କରୁଛନ୍ତି ଅଧିକାରି। ଫୁଡ୍ ସେଫଟି ଟିମ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି । ମିଠା ଦୋକାନରେ ପଶି ମିଠାରେ ବ୍ୟବହୃତ ଛେନା ଓ ପନୀର ଜାତିୟ ସାମଗ୍ରୀ ର ଚାଲିଛି ନମୁନା ଯାଚ ।
ଏନେଇ ବିଏମସି ର ଫୁଡ୍ ସେଫଟି ଟିମ୍ ଜାଗମରା , ଡେଲଟା ଛକ , ଶିରିପୁର ଭଳି ସହରର ବିଭିନ୍ନ ଛକ ଉପରେ ଥିବା ଗହଳୀପୁର୍ଣ୍ଣ ମିଠା ଦୋକାନରେ ପଶି ନମୁନା ଯାଂଚ କରୁଛନ୍ତି । ଯାଞ୍ଚ ବେଳେ ଫୁଡ୍ ସେଫଟି ନିୟମ ଉଲଙ୍ଘନ ହେଉଥିଲେ ଫାଇନ କଷୁଛନ୍ତି ଅଧିକାରୀ।ଏନେଇ ଡେଲଟା ଛକ ମିଠାଇ ଏକ୍ସପ୍ରେସ ରେ ଯାଞ୍ଚ କରୁଛନ୍ତି ଫୁଡ୍ ସେଫଟି ଟିମ୍ । ସେଇଭଳି ତୃପ୍ତି ଗାଙ୍ଗୁରାମ ରେ ଅସ୍ବାସ୍ଥ୍ୟକର ପରିବେଶରେ ଚାଲିଛି ପ୍ରସ୍ତୁତି ଏନେଇ ଚଢାଉ ହୋଇଛି ।

