ଭୁବନେଶ୍ୱର, (୨୭/୦୮) : ଆପ୍ର : ପାର୍ବଣ ପୂର୍ବରୁ ଆକ୍ସନ ମୋଡରେ କମିଶନରେଟ୍ ପୋଲିସ । ଏଣିକି ରାତିରେ ମଦ୍ୟପାନ କରି ବୁଲିଲେ ଧରିବ ପୋଲିସ ।
ଗାଡି ସିଜ ହେବାସହ ଫୌଜଦାରି ମାମଲା ଲାଗିପାରେ । ଏଥିପାଇଁ ଆରମ୍ଭ ହେଲାଣି ବ୍ଲକିଂ ଚେକିଂ । ରାତ୍ରି କାଳୀନ ଚେକ୍ କରିଛି କମିଶନରେଟ ପୋଲିସ । ଏନେଇ ରାତି ଅଧିଆ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ବ୍ଲକିଂ ଆଉ ଚେକିଂ କରିଛି ପୋଲିସ । ଏଥିପାଇଁ ନିୟୋଜିତ ହୋଇଛନ୍ତି ୨୦୦ ନବ ନିଯୁକ୍ତ ଏସଆଇ । ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ବ୍ଲକି ଚେକି କରାଯାଇଛି । ରାତିରେ ଅସାମାଜିକ ତତ୍ବ କୁ ରୋକିବା ।
ମଦ୍ୟ ପାନ କରି ଗାଡି ଚଲାଇ ଦୁର୍ଘଟଣା ରୋକିବା ଫୋକସ ରହିଛି । ଏନେଇ ଭୁବନେଶ୍ୱରର ୩୦ଟି ଲୋକେସନରେ ଚେକ୍ କରଯାଇଛି । ଫଳରେ ଆଗକୁ ପାର୍ବଣ ଆସୁଥିବାରୁ ସହରରେ କିପରି ଅସାମାଜିକ କାର୍ଯ୍ୟକଳାପକୁ ରୋକାଯିବ । ଲୋକଙ୍କ ମଧ୍ୟରେ ସୁରକ୍ଷିତ ବାତାବରଣ ଦିଆଯିବ ସେନେଇ ପୋଲିସ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ଏଭଳି ବ୍ଲକି ଓ ଚେକି କଡାକଡି କରିଛି ପୋଲିସ ।

