Homelocalଶିକ୍ଷା ସହ ସେବାର ବାର୍ତ୍ତା, ଲକ୍ଷ୍ମୀ ବିକାଶ ଗ୍ରୁପର ଉତ୍ସବରେ ରକ୍ତଦାନ ଶିବିର

ଶିକ୍ଷା ସହ ସେବାର ବାର୍ତ୍ତା, ଲକ୍ଷ୍ମୀ ବିକାଶ ଗ୍ରୁପର ଉତ୍ସବରେ ରକ୍ତଦାନ ଶିବିର

ବରଗଡ଼, (୨୭/୦୮) : ଆପ୍ର : ବରଗଡ଼ ସଦର ବ୍ଲକ ବରାହଗୋଡାରେ ଲକ୍ଷ୍ମୀ ବିକାଶ ଗ୍ରୁପ ପକ୍ଷରୁ ୨୦ତମ ପ୍ରତିଷ୍ଠା ଦିବସ ସହ ଗ୍ରାଜୁଏସନ ଡେ ପାଳିତ

ଦସାରୀ ଭୀର ରାଜୁ ଏବଂ ଗୁନ୍ନମ ରାମଚନ୍ଦ୍ର ରାଓ ମେମୋରିଆଲ ଟ୍ରଷ୍ଟ ଦ୍ଵାରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ଆଇଆଇଏମ ନିର୍ଦ୍ଦେଶକ ମହାଦେବ ଜୟସ୍ବାଲ ଯୋଗଦେଇଥିଲେ । ଏହି ଅବସରରେ ୨୫୦ରୁ ଊର୍ଦ୍ଧ୍ବ କୃତି ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏଥିରେ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୧୦୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଏବଂ ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲଙ୍କୁ ଦସାରୀ ଭୀର ରାଜୁ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏଥିରେ ଲକ୍ଷ୍ମୀ ବିକାଶ ଗ୍ରୁପର ଚେୟାରମ୍ୟାନ ଦସାରୀ ନାଗେଶ୍ଵର ରାଓଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।ଏହି ଅବସରରେ ସମ୍ବଲପୁରୀ ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଅବଦାନ ପାଇଁ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଏବଂ ବିଶିଷ୍ଟ ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲଙ୍କୁ ଦସାରୀ ଭୀର ରାଜୁ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଲକ୍ଷ୍ମୀ ବିକାଶ ଗ୍ରୁପର ଚେୟାରମ୍ୟାନ ଦସାରୀ ନାଗେଶ୍ୱର ରାଓଙ୍କ ସମେତ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ଶିକ୍ଷା, ସମ୍ମାନ ଓ ସାମାଜିକ ସେବାର ସମନ୍ୱୟରେ ଆୟୋଜିତ ଏହି ଉତ୍ସବ ଉପସ୍ଥିତ ସମସ୍ତଙ୍କ ମନରେ ଏକ ସକାରାତ୍ମକ ପ୍ରଭାବ ଛାଡ଼ିଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments