ଭୁବନେଶ୍ୱର, (୩୦/୧୦) : ଆପ୍ର : ବ୍ରାଉନ୍ ସୁଗାର ଡିଲ୍ ବେଳେ ମାଡ଼ି ବସିଲା ଅବକାରୀ ଟିମ୍, ୩ ଗିରଫ । ଯାହାର ବଜାର ମୂଲ୍ୟ ୭୪ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ।
ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ମଧ୍ୟ ଅପରାଧିକ ମାମଲା ରହିଛି । ଏହାକୁ ତଦନ୍ତ କରି ମୁଖ୍ୟ ଖିଅ ଖୋଜୁଛି ଅବକାରୀ ବିଭାଗ । ବାଲେଶ୍ୱର ଓ ଭଦ୍ରକରୁ ଭୁବନେଶ୍ୱର ଆସୁଥିଲା ବ୍ରାଉନ୍ ସୁଗାର । ମଞ୍ଚେଶ୍ୱର ଓ ହାଇଟେକ୍ ଛକ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଅଭିଯୁକ୍ତଙ୍କ ଠାରୁ ମୋଟ ୭୫୮ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ ହୋଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୀପୁନ ଦାସଙ୍କଠାରୁ ୨୭୦ ଗ୍ରାମ୍, ବଳରାମ ରାଉଳଙ୍କଠାରୁ ୨୮୩ ଗ୍ରାମ୍ ଏବଂ ବବୁଲ ବାରିକଙ୍କଠାରୁ ୨୦୫ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ ହୋଇଛି । ଏହା ସହ ଗୋଟିଏ ଦାମୀ ରେସିଙ୍ଗ ବାଇକ୍ ମଧ୍ୟ ଜବତ କରିଛି ଅବକାରୀ ବିଭାଗ । କଲେଜ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ଟାର୍ଗେଟ୍ କରି ନିଶା କାରବାର ଚାଲିଥିବା ସୂଚନା ।

