କେନ୍ଦୁଝର//ଜୋଡା, (୨୬/୦୭) : ଆପ୍ର : ମୟୁରଭଞ୍ଜରୁ କେନ୍ଦୁଝର ଜିଲ୍ଲାର ପାଟଣା ରେଞ୍ଜକୁ ଫେରିଛନ୍ତି ୨୫ ଟିକିଆ ହାତୀପଲ। ଫେରିଲେ ହାତୀପଲ । ଭାଙ୍ଗିଲେ ଘରଦ୍ବାର ।
ମୟୁରଭଞ୍ଜରୁ କେନ୍ଦୁଝର ଜିଲ୍ଲାର ପାଟଣା ରେଞ୍ଜକୁ ଫେରିଛନ୍ତି ୨୫ ଟିକିଆ ହାତୀପଲ । ବରପଦା ଜଙ୍ଗଲ ମଧ୍ୟରେ ପଶି ଏକ ପୋଖରୀରେ ଦୀର୍ଘ ସମୟଧରି ଜଳକ୍ରୀଡା କରିଥିଲେ । ପରେ ହାତୀପଲ ବର୍ଦ୍ଧନା ଗାଁରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ବନବିଭାଗ ପହଂଚି ହାତୀକୁ ଘଉଡାଇଛନ୍ତି । ହାତୀ ପଲରେ ୯ଟି ଛୁଆ ହାତୀ ଥିବା ବେଳେ ୫ଟି ଦନ୍ତା ଓ ୧୧ ମାଇ ହାତୀ ରହିଛନ୍ତି । ହାତୀପଲଙ୍କୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ଲୋକ । ହାତୀପଲ ଆସିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି । ବରପଦା ଜଙ୍ଗଲ ମଧ୍ୟରେ ପ୍ରବେଶ କରି ହାତୀମାନେ ଏକ ପୋଖରୀରେ ଦୀର୍ଘ ସମୟ ଧରି ଜଳକ୍ରୀଡା କରିଥିଲେ ।
ସୂଚନା ଅନୁସାରେ, ଏହି ହାତୀପଲରେ ୯ଟି ଛୁଆ ହାତୀ, ୫ଟି ଦନ୍ତା ହାତୀ ଓ ୧୧ଟି ମାଇ ହାତୀ ରହିଛନ୍ତି । ବଡ଼ ସଂଖ୍ୟାରେ ହାତୀ ଗାଁ ନିକଟରେ ଘୁରି ବୁଲୁଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବନବିଭାଗ ପକ୍ଷରୁ ହାତୀପଲଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ଲୋକମାନଙ୍କୁ ସତର୍କ ରହିବା ସହ ହାତୀଙ୍କ ନିକଟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

