ପାଟଣା, (୧୦/୧୦) : ଆପ୍ର : ପାଟଣା ବନାଞ୍ଚଳ ଅନ୍ତର୍ଗତ ଖିରେଇଟାଙ୍ଗିରୀ ସେକ୍ସନ ପଦ୍ମପୁର ସଂରକ୍ଷିତ ଜଙ୍ଗଲରେ ଥିବା ୨୬ ଟିକିଆ ହାତୀ ପଲଙ୍କ ମଧ୍ୟରୁ ୨ ଟି ହାତୀ ଜଣେ ଲୋକଙ୍କୁ ପାଦରେ ଦଳି ମାରି ଦେଇଛନ୍ତି ।
ମୃତକ ହେଉଛନ୍ତି ଯମୁନାପଶି ଗ୍ରାମର କୁନୁ ସର୍ଦ୍ଦାର (୪୦) ବୋଲି ଜଣାପଡ଼ିଛି । ଆଜି ଦିନ ପାଖାପାଖି ସାଢ଼େ ୪ ଟା ସମୟରେ ହାତୀ ପଲ ଙ୍କୁ ଦେଖିବାକୁ ଆସିଥିବା ଲୋକ ମାନଙ୍କୁ ହାତୀ ପଲ ଦୌଡ଼ାଇବା ସମୟରେ କୁନୁ ତଳେ ପଡ଼ି ଯାଇଥିଲେ । ଏହି ସମୟରେ ୨ଟି ହାତୀ କୁନୁଙ୍କୁ ଦଳି ମାରି ଦେଇଛନ୍ତି । ଖିରେଇଟାଙ୍ଗିରୀ ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଛନ୍ତି । ଅପର ପକ୍ଷରେ ବନରକ୍ଷୀ ଦେବଯାନୀ ମହାନ୍ତ , ଅନନ୍ୟା ପ୍ରିୟଦର୍ଶିନୀ ନାଏକ ଓ ପାରା କର୍ମଚାରୀ ମାନେ ହାତୀ ପଲଙ୍କ ଉପରେ ନଜର ରଖିଥିବା ଜଣାପଡ଼ିଛି ।

