Homeaccidentକାର ବାଇକ ମୁହାମୁହିଁ: ଜଣେ ସଙ୍କଟାପନ୍ନ, ୩ ଆହତ

କାର ବାଇକ ମୁହାମୁହିଁ: ଜଣେ ସଙ୍କଟାପନ୍ନ, ୩ ଆହତ

ପାଟଣା, (୧୦/୧୦) : ଆପ୍ର : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ବାଙ୍କପାଟୁଳି ନିକଟରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ଏକ ଦ୍ରୁତଗାମୀ କାର୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଜୋରଦାର ଧକ୍କା ହେବା ଫଳରେ ବାଇକରେ ଥିବା ଦୁଇ ଜଣ ଯୁବକ ଓ ଜଣେ ବୃଦ୍ଧ ରାସ୍ତା ଉପରକୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଛନ୍ତି । ବୃଦ୍ଧ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଧକ୍କା ପରେ ବାଇକଟି ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର ହୋଇଯାଇଛି । ଘଟଣାସ୍ଥଳରେ ରାସ୍ତା ଉପରେ ସେମାନଙ୍କ ଜିନିଷପତ୍ର ଏବଂ ପନିପରିବା ବିଞ୍ଚି ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଦୁର୍ଘଟଣା ଘଟାଇଥିବା ଧଳା ରଙ୍ଗର କାର୍‌ର ଅଗ୍ରଭାଗ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିକଟସ୍ଥ ଡାକ୍ତରଖାନାକୁ ପଠାଇବା ସହ ଘଟଗାଁ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ବାଇକ ଆରୋହୀ ମାନେ ବାଙ୍କପାଟୁଳି ହାଟରୁ ରଙ୍ଗ ରୁଟ୍ ରେ ଆସୁଥିବା ବେଳେ କାର ଟି ସେମାନଙ୍କୁ ମୁହାଁ ମୁହିଁ ଧକ୍କା ଦେଇଥିଲା । ଦୁର୍ଘଟଣା ଘଟାଇ କାର ଚାଳକ ଫେରାର ହୋଇ ଯାଇଥିବା ବେଳେ, କାର ରେ ଥିବା ୨ ମହିଳା ମଧ୍ୟ ଆହତ ହୋଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments