Homebreaking newsବାଲିଯାତ୍ରାରେ ଛୁରାମାଡ଼, ଜଣେ ମୃତ, ଜଣେ ଗୁରୁତର

ବାଲିଯାତ୍ରାରେ ଛୁରାମାଡ଼, ଜଣେ ମୃତ, ଜଣେ ଗୁରୁତର

କଲ୍ୟାଣସିଂହପୁର, (୧୦/୧୦) : ଆପ୍ର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ବାଲି ଯାତ୍ରାରେ ଅଘଟଣ ।

ହାଇସ୍କୁଲ ସମ୍ମୁଖରେ କୌଣସି ବିଷୟ ବଚସାକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ଛୁରାମାଡ଼ ହୋଇଛି । ଏହି ଘଟଣାରେ ମହେଶ କାଡ୍ରାକା (୨୨)ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ, ରହନ କାଡ୍ରାକା (୧୮)ଗୁରୁତର ଆହତ ହୋଇଛନ୍ତି । ଆହତ ରହନଙ୍କୁ କଲ୍ୟାଣସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମେଳା ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ଏଭଳି ହିଂସାକାଣ୍ଡକୁ ନେଇ ଚିନ୍ତା ପ୍ରକାଶ ପାଇଛି । ଘଟଣା ସ୍ଥଳରୁ ପଲିସ ଦୁଇ ଜଣକୁ ଉଦ୍ଧାର କରି ପ୍ରଥମେ ଶିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରୁ ସଙ୍ଗେ ସଙ୍ଗେ କଲ୍ୟାଣ ସିଂହପୁର ଡାକ୍ତରଖାନା ଆଣିଥିଲେ । ଘଟଣାକୁ ନେଇ ପୋଲିସର ତଦନ୍ତ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ଏବେ ନଜର ରହିଛି । ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ଘଟଣା ହୋଇଥିବା ଶୁଣିବାକୁ ମିଳିଛି । ରହନଙ୍କ ଅବସ୍ଥା ଗୁରୁତର ରହିଥିବାରୁ ରାୟଗଡା ମୁଖ୍ୟଚିକିତ୍ସାଳୟକୁ ପଠା ଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments