Homelocalପୁଣି ଜୀବନ ନେଲା ସ୍କ୍ରବ୍‌ ଟାଇଫସ୍‌

ପୁଣି ଜୀବନ ନେଲା ସ୍କ୍ରବ୍‌ ଟାଇଫସ୍‌

ବରଗଡ଼, (୧୦/୦୯) : ଆପ୍ର : ବରଗଡ଼ ଜିଲ୍ଲାରେ ସ୍କ୍ରବ୍‌ ଟାଇଫସରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଅମ୍ବାପାଲିର ଭାଗୀରଥି ଭୋଇ (୬୫) ବୋଲି ଜଣାଯାଇଛି ।

ଗତ ୧୦ ଦିନ ହେଲା ସେ ଚିକିତ୍ସିତ ହେଉଥିଲେ । ତାଙ୍କର ବୁଧବାର ମୃତ୍ୟୁ ହୋଇଛି । ବରଗଡ଼ ଜିଲ୍ଲାରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୬ ମାସରେ ୧୧୦୦ ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୬୦ ଜଣଙ୍କ ରିପୋର୍ଟ ପଜିଟିଭ ବାହାରିଛି । ବିଶେଷକରି ଜମିବାଡ଼ିରେ କାମ କରୁଥିବା ସମୟରେ ଏପରି ଜୀବାଣୁ ଦ୍ୱାରା ଲୋକେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଅପରପକ୍ଷେ, ରାଜ୍ୟରେ ଚିହ୍ନଟ ହୋଇଥିବା ସନ୍ଦିଗ୍ଧ ସ୍କ୍ରବ୍ ଟାଇଫସ୍ କ୍ଲଷ୍ଟରକୁ ନେଇ ଆତଙ୍କିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ।

ଏହାକୁ ନିୟନ୍ତ୍ରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଯେଉଁ ସ୍ଥାନରେ ସ୍କ୍ରବ୍ ଟାଇଫସ୍ ଚିହ୍ନଟ ହେଉଛି, ସେଠାକୁ ଡାକ୍ତରୀ ଦଳ ପଠାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଏହାସହ ଆବଶ୍ୟକ ଚିକିତ୍ସା ଓ ନିରୀକ୍ଷଣ ବ୍ୟବସ୍ଥା ନିମନ୍ତେ ପଦ‌େ‌କ୍ଷପ ନିଆଯାଉଛି । ଏହାର ଚିକିତ୍ସା ଓ ନିୟନ୍ତ୍ରଣ ନିମନ୍ତେ ନିୟମାବଳୀ ମଧ୍ୟ ପ୍ରସ୍ତୁତ ହୋଇଛି । ଏହି ଆଧାରରେ ଚିହ୍ନଟ, ଚିକିତ୍ସା ଏବଂ ଆବଶ୍ୟକ ପ୍ରତିଷେଧମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ସ୍କ୍ରବ୍ ଟାଇଫସ୍ ଯେପରି ଅନ୍ୟ ଅଞ୍ଚଳକୁ ନ ବ୍ୟାପିବ, ସେଥିପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଉଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments