ରାୟଗଡ଼ା, (୧୦/୦୯) : ଆପ୍ର : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନାରେ ୯ କେଜି ଗଞ୍ଜେଇ ଜବତ ହୋଇଛି । ଏହାସହ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି ।
ଏହାସହ ଗୋଟିଏ ମଟର ସାଇକେଲ ଓ ତିନିଟି ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି । ଆଇଆଇସି ଅମ୍ବାଦଳା ପ୍ରଶାନ୍ତ କୁମାର ସେଠି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଅଭିଯୁକ୍ତ ଜଣେ ସ୍ଥାନୀୟ ଅମ୍ବାଦଳା ଥାନା ଇଚ୍ଛାପୁର ପଞ୍ଚାୟତ ପୁରୁଣାପାଣି ଗ୍ରାମର ଚକା ସୁନା ଓ ଅନ୍ୟ ଚାରିଜଣ ସୁଦୂର ମଧ୍ୟପ୍ରଦେଶ ରାଜ୍ୟର । ସେମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ସମ୍ପୃକ୍ତ ଥିବା ଆଇଆଇସି ଶ୍ରୀ ସେଠି ଜଣାଇଛନ୍ତି ।

