କଣିହାଁ, (୨୬/୦୮) : ଆପ୍ର : ଟ୍ରକ ଧକ୍କାରେ ସ୍କୁଲ ଛାତ୍ର ମୃତ । ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ବଜାର ଛକରେ ଘଟିଛି ଦୁର୍ଘଟଣା ।
ଜଣେ ଦଶମ ଶ୍ରେଣୀ ଛାତ୍ରକୁ ଗୋଟିଏ ଆଇରନ ବୋଝଇ ଟ୍ରକ ଧକ୍କା ଦେଇଥିଲା । ସ୍ଥାନୀୟ ଡାକ୍ତର ଖାନାରେ ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଛାତ୍ର ହେଲେ ଖମାର ଉତ୍କଳ ମଣି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ରାହୁଲ ପ୍ରଧାନ । ଖବର ମୁତାବକ ତାଙ୍କ ଘର ତାଳଚେର ବ୍ଲକ ସିଙ୍ଗଡ଼ା ଗ୍ରାମରେ ବୋଲି ଜଣାପଡିଛି । ଖମାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଟ୍ରକ ଚାଳକକୁ ଅଟକ ରଖା ଯାଇଥିବା ଖମାର ପୋଲିସ ତରଫରୁ ସୂଚନା ମିଳିଛି ।

