ଆନନ୍ଦପୁର, (୨୬/୦୮) : ଆପ୍ର : ବନ୍ଧୁକ ଧରି ଜଙ୍ଗଲ ଭିତରେ ପଶିବା ୨ ଶିକାରୀଙ୍କୁ ମହଙ୍ଗା ପଡିଛି । ସିସି କ୍ୟାମେରାରେ ଟ୍ରାପ ପରେ ଉଭୟଙ୍କୁ ଗିରଫ କରିଛି ବନବିଭାଗ ।
କେନ୍ଦୁଝର ବନଖଣ୍ଡ ଓ କଟକ ବନଖଣ୍ଡର ମଧ୍ୟଭାଗରେ ୨ଜଣ ଶିକାରୀଙ୍କ ଗତିବିଧି ସିସି କ୍ୟାମେରା ମାଧ୍ୟମରେ ଲକ୍ଷ କରିଥିଲା ଆନନ୍ଦପୁର ବନବିଭାଗ । ଉଭୟଙ୍କ ନିକଟରେ ଦୁଇଟି ବନ୍ଧୁକ ଥିବା ମଧ୍ୟ ଦେଖିବାକୁ ମିଳିଥିଲା । ସିସି କ୍ୟାମେରାର ଭିଜୁଆଲକୁ ଯାଞ୍ଚ କରି ଟିକରପଡା ଗାଁରୁ ଉଭୟ ଶିକାରୀଙ୍କୁ ଗିରଫ କରିବାପରେ ଉଭୟଙ୍କ ନିକଟରୁ ବନ୍ଧୁକ ଜବତ କରିଛି ବନବିଭାଗ । ତେବେ ତଦନ୍ତ ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯିବ ।

