Homebreaking news୩୦ ଗ୍ରାମ ବ୍ରାଉନ ସୁଗାର ସହ ସ୍କୁଟି ଜବତ, ଦୁଇ ଯୁବକ ଗିରଫ

୩୦ ଗ୍ରାମ ବ୍ରାଉନ ସୁଗାର ସହ ସ୍କୁଟି ଜବତ, ଦୁଇ ଯୁବକ ଗିରଫ

ବାଲୁଗାଁ, (୨୬/୦୮) : ଆପ୍ର : ବାଲୁଗାଁ ଚିଲିକା କୂଳ ପାଲଟିଛି ଧଳଜହର ଆଡସ୍ଥଳୀ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସକୁ ମିଳିଲା ବଡ଼ ସଫଳତା ।

ଚାରି ମାସରେ ଦୁଇଥର ବ୍ରାଉନ ସୁଗାର ଜବତ କଲା ବାଲୁଗାଁ ପୋଲିସ । ଖୋର୍ଦ୍ଧା ଅଞ୍ଚଳରୁ ବାଲୁଗାଁ ଆସି ଧଳଜହର କାରବାର କରୁଥିଲେ ଦୁଇ ଯୁବକ । ବାଲୁଗାଁ କଲେଜର ଚିଲିକା କୂଳ ନିକଟରେ ଧଳାଜହର କାରବାର କରୁଥିଲେ । ଏହି ସମୟରେ ବିଶେଷ ସୂତ୍ରରୁ ବାଲୁଗାଁ ପୋଲିସ ଖବର ପାଇ ଦୁଇ ଯୁବକଙ୍କୁ ମାଡି ବସିଥିଲା । ଯାଞ୍ଚ କରିବା ପରେ ସେମାନଙ୍କ ଠାରୁ ୩୦ଗ୍ରାମ ବ୍ରାଉନ ସୁଗାର ଓ ଗୋଟିଏ ସ୍କୁଟି ଜବତ କରିବା ସହିତ ଦୁଇ ଅଭିଯୁକ୍ତ ଗିରଫ କରିଛି । ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ମଡେଲଥାନା ଅଞ୍ଚଳର ସାମନ୍ତରାୟପୁର ଗ୍ରାମର ବାବୁଦାସ (୨୪) ଓ ବଳଭଦ୍ର ପରିଡା ( ୨୧ ) । ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୫ଲକ୍ଷ ହେବ । ଘଟଣା ସ୍ଥଳରରୁ ଗ୍ରାହକ ଫେରାର ହୋଇଯାଇଥିବା ସୂଚନା ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments