ରାଇକିଆ, (୨୨/୦୮) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ବ୍ଲକ୍ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି ।
ମୁଖ୍ୟ ଅତିଥି ଭାବେ ଏଡିଏମ କୁଶଳ ଚନ୍ଦ୍ର ନାୟକ ଯୋଗ ଦେଇ ଅଭିଭାଷଣ ପ୍ରଦାନ କରିଥିଲେ।ବ୍ଲକ ଅଧ୍ୟକ୍ଷା ରୀନା ପ୍ରଧାନଙ୍କ ଉପସ୍ଥିତିରେ, ଏବିଡିଓ ଦିବ୍ୟସିଂହ କହଁରଙ୍କ ପ୍ରତ୍ୟକ୍ଷ ତତ୍ତ୍ବବାଧାନରେ ରେ ଅନୁଷ୍ଠିତ ଶୁଣାଣୀରେ ଜିଲ୍ଲା ସାମାଜିକ ସମୀକ୍ଷକ ଦୁଶାସନ ସିଂ ଏବଂ ବ୍ଲକ ସାମଜିକ ସମୀକ୍ଷକ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ପ୍ରଦିପ ପ୍ରଜ୍ୱଳନ କରି ପ୍ରାରମ୍ଭ କରିଥିଲେ।ଓବ୍ଲକର ବିଭିନ୍ନ ପଞ୍ଚାୟତର ଏବଂ ଲାଇନ୍ ଡିପାର୍ଟମେଣ୍ଟ ଯଥା ୱାଟରସେଡ, ବନ ବିଭାଗ, ଉଦ୍ୟାନ କୃଷି ବିଭାଗର ମନରେଗା ସମ୍ପର୍କୀତ ଅଭିଯୋଗ ଗୁଡ଼ିକର ଶୁଣାଣି କରାଯାଇଥିଲା । ଏପିଓ କେଦାର ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ସନ୍ତୋଷ ଲେଙ୍କା ,ଅତିରିକ୍ତ ସହକାରୀ ଯନ୍ତ୍ରୀ ବଣ୍ଟି ଚୌଧୁରୀ, ଜିପିଡିଓ ମହେଶ ପଟ୍ଟନାୟକ ଯୋଗଦେଇଥିଲେ । ଆର୍ଥିକ ବର୍ଷ ୨୦୨୫-୨୬ ସାମାଜିକ ସମୀକ୍ଷା ସମ୍ପର୍କରେ ଜନ ଶୁଣାଣୀ ହୋଇଥିଲା। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଅନୁମୋଦିତ ପ୍ରକଳ୍ପ, କାର୍ଯ୍ୟକାରୀ ହେଉଥିବା ବ୍ୟକ୍ତିଗତ ଓ ଗୋଷ୍ଠୀଗତ ପ୍ରକଳ୍ପ, ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପ, ପ୍ରାପ୍ତ ଅନୁଦାନ,ବ୍ୟୟ ବରାଦ, ପଞ୍ଜିକୃତ ପରିବାର, ଜବକାର୍ଡ, କାମ ପାଇଁ ଆବେଦନ କରିଥିବା ପରିବାର, କର୍ମ ନିଯୁକ୍ତି ପାଇଥିବା ପରିବାର,ଶହେ ଦିନ ସମ୍ପୂର୍ଣ୍ଣ କରିଥିବା ପରିବାର, ଶ୍ରମିକ ଦିବସ ସଂଖ୍ୟା,ସକ୍ରିୟ ଥିବା ଜବକାର୍ଡ ଧାରି ସଂଖ୍ୟା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଏଡିଓ ବୃନ୍ଦ ଓ ଗ୍ରାମସାଥୀ ମାନେ ଉପସ୍ଥିତ ଥିଲେ ।

