Homeaccidentସୂଚନା ଫଳକରେ ଧକ୍କା ହେଲା ବାଇକ, ଘଟଣା ସ୍ଥଳରେ ଯୁବକ ମୃତ

ସୂଚନା ଫଳକରେ ଧକ୍କା ହେଲା ବାଇକ, ଘଟଣା ସ୍ଥଳରେ ଯୁବକ ମୃତ

ଆନନ୍ଦପୁର, (୨୫/୦୯) : ଆପ୍ର : ଦୁର୍ଘଟଣାରେ ଯୁବକ ମୃତ । ମେଡିକାଲ ପରିସରରେ ଶୋକର ଛାୟା । ଜାତୀୟ ରାଜପଥ ୨୦ର ରାମଚନ୍ଦ୍ରପୁର ଥାନା ହସନପୁର ଟୋଲଗେଟ ନିକଟରେ ଭାରସାମ୍ୟ ହରାଇ ସୂଚନା ଫଳକରେ ଧକ୍କା ହେଲା ବାଇକ ।

ଘଟଣାସ୍ଥଳରେ ବାଇକ ଆରୋହୀ ମୃତ । ରାମଚନ୍ଦ୍ରପୁର ଥାନା ଓଡ଼ପଡାଗାଁର ପ୍ରଶାନ୍ତ କୁମାର ନାୟକ ନାମକ ଜଣେ ଯୁବକ ଆନନ୍ଦପୁରରୁ କାମ ସାରି ଘରକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ବାଇକ ଧକ୍କା କରିଥିଲେ । ଜାତୀୟ ରାଜପଥ ଆମ୍ବୁଲାନ୍ସ ତାଙ୍କୁ ତୁରନ୍ତ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପ୍ରଶାନ୍ତଙ୍କ ମୃତ୍ୟୁରେ ମେଡିକାଲ ପରିସରରେ ଶୋକର ଛାୟା ଖେଳିଯାଇଛି ।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments