Homebreaking newsସୁବର୍ଣ୍ଣପୁର ଏସପିଙ୍କ ସାମ୍ବାଦିକ ସମ୍ମିଳନୀ ; ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ , ଅବୈଧ ଅସ୍ତ୍ରଶସ୍ତ୍ର...

ସୁବର୍ଣ୍ଣପୁର ଏସପିଙ୍କ ସାମ୍ବାଦିକ ସମ୍ମିଳନୀ ; ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ , ଅବୈଧ ଅସ୍ତ୍ରଶସ୍ତ୍ର ଓ ୬ ଶହ ବୋତଲ କଫ ଶିରଫ ଜବତ : ଗିରଫ

ସୁବର୍ଣ୍ଣପୁର, (୨୩/୦୯) : ଆପ୍ର : ପୁଲିସ ପାଟ୍ରୋଲିଂ ଡ୍ୟୁଟି ସମୟରେ ସୋନପୁର ପୁଲିସ ବୈଦ୍ୟନାଥ ବ୍ରିଜ୍ ନିକଟରେ କିଛି ବ୍ୟକ୍ତି ଅବୈଧ ଅସ୍ତ୍ରଶସ୍ତ୍ର ବିକ୍ରୟ ଓ କାରବାରରେ ସମ୍ପୃକ୍ତ ଥିବା ସମ୍ପର୍କରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲେ ।WhatsApp Image 2026 09 24 at 11.07.47

ଉକ୍ତ ସୂଚନା ଆଧାରରେ ପୁଲିସ ଟିମ୍ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ । ପୁଲିସ ଟିମ୍‌କୁ ଦେଖି ଦୁଇଜଣ ବ୍ୟକ୍ତି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିବା ବେଳେ ହର୍ଡୋଖୋଲ ଗ୍ରାମର ସତ୍ୟରାମ ଚୌଳିଆ (୨୩) ଙ୍କୁ ପୁଲିସ କାବୁ କରିଥିଲା । ତଲାସି ସମୟରେ ତାଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୩ ଅଫୁଟା ଗୁଳି ଓ ଗୋଟିଏ ମାଗାଜିନ ମିଳିଥିଲା । ଧରାପଡ଼ିଥିବା ବ୍ୟକ୍ତି ଉକ୍ତ ଅସ୍ତ୍ର ଓ ଗୁଳି ରଖିବା ପାଇଁ କୌଣସି ବୈଧ ଲାଇସେନ୍ସ କିମ୍ବା ଆଇନସମ୍ମତ ଅନୁମତି ଦେଖାଇ ପାରିନଥିଲା ।

ପଚରାଉଚରା ସମୟରେ ସେ ଅବୈଧ ଅସ୍ତ୍ରଶସ୍ତ୍ର ଓ ଗୁଳିର ବିକ୍ରୟ ତଥା କାରବାରରେ ନିଜର ସମ୍ପୃକ୍ତି ସମ୍ପର୍କରେ ପ୍ରକାଶ କରିଥିବା ସହ ଉକ୍ତ ଅସ୍ତ୍ରକୁ ଡକାୟତି ଓ ରାହାଜାନି ସମୟରେ ଲୋକମାନଙ୍କୁ ଭୟଭୀତ କରିବା ନିମନ୍ତେ ବ୍ୟବହାର କରାଯାଇଥିବା କଥା ମଧ୍ୟ ପ୍ରକାଶ କରିଥିଲା । ଏ ସମ୍ପର୍କରେ ସୋନପୁର ଥାନା କେସ ନମ୍ବର ୩୩୯/୨୬ ଅନୁସାରେ ଏକ ମକଦ୍ଦମା ରୁଜୁ କରି ପୁଲିସ ଅଧିକ ତଦନ୍ତ ଜାରି ରହିଛି । ଅଭିଯୁକ୍ତ ସତ୍ୟରାମ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି ।WhatsApp Image 2026 09 24 at 11.14.52

ସେହିପରି ତରଭା ପୁଲିସ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପୁଲିସ ର ଏକ ଟିମ ଏହି ଥାନା ଅନ୍ତର୍ଗତ ଡୁଙ୍ଗୁରିପାଳି ଛକ ରେ ଚଢଉ କରି ବେଆଇନ କଫ ସିରପ ଚାଲାଣ ସମୟରେ ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକାଇ ଟଙ୍କା ଠାରୁ ୬୦୦ ଟି କଫ ସିରପ ବୋତଲ ଜବତ ଥିଲେ । ଉକ୍ତ ଦୁଇ ବ୍ୟକ୍ତି କଫ ସିରପ ବାବଦରେ କୌଣସି ବୈଧ କାଗଜ ପତ୍ର ଦେଖାଇ ପାରି ନଥିଲେ । ଏ ସମ୍ପର୍କରେ ତରଭା ଥାନା କେସ ନମ୍ବର ୩୩୪/୨୬ , ଏନଡିପିଏସ ଧାରା ଅନୁଯାଇ ଏକ ମକଦ୍ଦମା ରୁଜୁ କରି ପୁଲିସ ଅଧିକ ତଦନ୍ତ ଜାରି ରହିଛି । ଏହି ଦୁଇ ଅଭିଯୁକ୍ତ ହେଲେ ତରଭା ଥାନା ବଲାଡ଼ି ଗ୍ରାମର ଦେବେନ୍ଦ୍ର ପାତ୍ର ଓ ସତ୍ୟଜିତ ପାତ୍ର ଉଭୟଙ୍କୁ ପୁଲିସ ଗିରଫ କରି କୋର୍ଟ କୁ ଚାଲାଣ କରିଛି ।ଏହି ଉଭୟ ଘଟଣା ବାବଦରେ ଏସପି ନାରାୟଣ ନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments