ବାଲେଶ୍ଵର, (୨୪/୦୯) : ଆପ୍ର : ପ୍ରବଳ ବର୍ଷା ଯୋଗୁ ବାଲେଶ୍ଵର ପୌରପାଳିକାର ଗୁଡ଼ିପଦା ଅଞ୍ଚଳ ଜଳମଗ୍ନ । ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହଛି । ଫଳରେ ଯାତାୟାତ ପ୍ରଭାବିତ ହୋଇଛି ।
ସେହିଭଳି କିଛି ତଳିଆ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇଛି । ବାଲେଶ୍ୱର ପୌରପାଳିକା ଅଧୀନ ଗୁଡ଼ିପଦା ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ଲଗାଣ ବର୍ଷା ଫଳରେ ଅଞ୍ଚଳର ବିଭିନ୍ନ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଛି । ରାସ୍ତା ଉପରେ ଦୀର୍ଘ ସମୟ ଧରି ବର୍ଷାଜଳ ଜମି ରହିବାରୁ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି । ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳରେ ମଧ୍ୟ ସମସ୍ୟା ଦେଖାଦେଇଛି। ଅନେକ ସ୍ଥାନରେ ଲୋକମାନେ ପାଣି ଭିତରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି ।
କେବଳ ଗୁଡ଼ିପଦା ନୁହେଁ, ବାଲେଶ୍ୱର ସହରର କିଛି ତଳିଆ ଅଞ୍ଚଳ ମଧ୍ୟ ବର୍ଷାଜଳରେ ଜଳମଗ୍ନ ହୋଇପଡ଼ିଛି । ଘର ଓ ଦୋକାନ ସମ୍ମୁଖରେ ପାଣି ଜମି ରହିବାରୁ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀମାନେ ଅସୁବିଧାରେ ପଡ଼ିଛନ୍ତି। ଲଗାଣ ବର୍ଷା ଜାରି ରହିଲେ ପରିସ୍ଥିତି ଆହୁରି ଗମ୍ଭୀର ହେବା ନେଇ ଆଶଙ୍କା ରହିଛି । ବର୍ଷାଜଳ ନିଷ୍କାସନ ପାଇଁ ପୌରପାଳିକା ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବା ସହ ଡ୍ରେନ୍ଗୁଡ଼ିକରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଭାରି ବର୍ଷା ଯୋଗୁଁ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି ।

