ଅନୁଗୁଳ, (୦୮/୧୦) : ଆପ୍ର : ଅନୁଗୁଳ ଜିଲ୍ଲା ବନ୍ତଳା ନିମ୍ବ ସାହି ଗୁଳିକାଣ୍ଡ ଘଟଣାରେ ଅନୁଗୁଳ ପୋଲିସର ବଡ଼ ଖୁଲାସା । ସାମାନ୍ୟ ବଚସାକୁ କେନ୍ଦ୍ରକରି ହୋଇଥିଲା ଗୁଳିକାଣ୍ଡ ।
ଅନୁଗୁଳ SDPO ରମାକାନ୍ତ ମହାଳିକ ଏନେଇ ସୂଚନା ଦେଇଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଅଭିଯୁକ୍ତ ପ୍ରକାଶ ସାହୁ ଓ ମୃତକ ସୁଶାନ୍ତ ପ୍ରଧାନ ପୂର୍ବରୁ ପରିଚିତ ଥିଲେ । ଉଭୟ ମଧ୍ୟ ଗୋଟିଏ ଗାଁ’ର । ଅଭିଯୁକ୍ତ ପ୍ରକାଶ ସାହୁ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ । ଏକାଧିକ ସମୟରେ ଉଭୟ ମିଳାମିଶା କରନ୍ତି । କୌଣସି କାରଣରୁ ଗତକାଲି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ପ୍ରକାଶ ନିଜ ଡବଲ ବ୍ୟାରେଲ ବ୍ରିଜ୍ ଲୋଡ଼ିଂ ଗନରୁ ଫାୟାରିଂ କରିଥିଲେ । ଯେଉଁଥିରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା । ବନ୍ତଳା ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ଆଜି ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ଏ ଘଟଣାରେ ଆଉ କିଏ ସମ୍ପୃକ୍ତ ଅଛନ୍ତି କି ନାହିଁ, ତାହାର ଅଧିକ ତଦନ୍ତ ଜାରି ରହିଛି ।

