Homelocalଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ଉଦଯାପିତ

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ଉଦଯାପିତ

ଗୁଣୁପୁର, (୫/୯) : ଆପ୍ର : ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ଉଦଯାପିତ ହୋଇଯାଇଛି ।

ଗତ ଅଗଷ୍ଟ ୨୯ ତାରିଖରୁ ଆୟୋଜିତ ହୋଇଥିବା ଏହି କ୍ରୀଡ଼ା ଉତ୍ସଵର ଉଦଯାପନ ଦିବସରେ ବିଶ୍ୱ ବିଦ୍ୟାଳୟର ଉପ ସଭାପତି ଡ଼ଃ ଚନ୍ଦ୍ରଧ୍ଵଜ ପଣ୍ଡା ,ଉପ କୁଳପତି ଡ଼ଃ ଗୌତମ ଘୋଷ , ପ୍ରୋ ଭାଇସ ଚାନ୍ସେଲର ଡ଼ଃ ବାଳକୃଷ୍ଣ ତ୍ରିପାଠୀ, ପ୍ରୋ ଭାଇସ୍ ଚାନ୍ସେଲର ଡ଼ଃ ଏ ଭି ଏନ୍ ଏଲ୍ ଶର୍ମା ଏବଂ ପରୀକ୍ଷା ନିୟନ୍ତ୍ରକ ଡ଼ଃ ପି ବିଜୟ କୁମାର ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ସିଲ୍ ପ୍ରଦାନ କରି ସମ୍ମାନିତ କରିଥିଲେ ।

ବିଶ୍ୱ ବିଦ୍ୟାଳୟର କ୍ରୀଡ଼ା କମିଟି ପକ୍ଷରୁ ଆୟୋଜିତ ଏହି କ୍ରୀଡ଼ା ଦିବସରେ ଖୋକୋ, ଫୁଟବଲ, ଭଲିବଲ, ଟୋଗ ଓଫ୍ ୱାର, ମ୍ୟୁଜିକାଲ୍ ଚେୟାର, ସନ୍ତରଣ, କବାଡ଼ି, ବାସ୍କେଟ ବଲ , ବେଟ ମିଣ୍ଟନ୍, ଚେସ୍ ପ୍ରଭୁତି ଖେଳ ମାନ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ କ୍ରୀଡ଼ା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ତା, ଆବାହକ ପ୍ରକାଶ ରଞ୍ଜନ ସାହୁ, ସଦସ୍ୟ ଅକ୍ଷୟ କୁମାର ସାହୁ, ଆଦିତ୍ୟ କୁମାର ମହକୁଲ, ଭି ରମଣ ମୂର୍ତ୍ତି,ଏ ଶାନ୍ତି ଲକ୍ଷ୍ମୀ, ଅର୍ପଣ କୁମାର ସିଂ ପ୍ରମୁଖ ପରିଚାଳନା କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments