Homeaccidentସମ୍ ହସ୍ପିଟାଲ ମୁଖ୍ୟ ରାସ୍ତାରେ କଳା ସ୍କୋର୍ପିଓ ଆତଙ୍କ: ଘଟଣାସ୍ଥଳରେ ୨ମୃତ, ୪ରୁ ଅଧିକ ଗୁରୁତର

ସମ୍ ହସ୍ପିଟାଲ ମୁଖ୍ୟ ରାସ୍ତାରେ କଳା ସ୍କୋର୍ପିଓ ଆତଙ୍କ: ଘଟଣାସ୍ଥଳରେ ୨ମୃତ, ୪ରୁ ଅଧିକ ଗୁରୁତର

ଭୁବନେଶ୍ୱର, (୧୪/୧୦) : ଆପ୍ର : ମୃତ୍ୟୁର ତାଣ୍ଡବ ରଚିଲା ସ୍କର୍ପିଓ । ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍ । ସମ୍ ହସ୍ପିଟାଲ ମୁଖ୍ୟ ରାସ୍ତାରେ କଳା ସ୍କର୍ପିଓ ଆତଙ୍କ ।

ଭରତପୁର ଥାନା ସାମପୁର ଅଞ୍ଚଳରେ ଘଟିଛି ସିରିଜ ଦୁର୍ଘଟଣା । ୧୦ରୁ ଊର୍ଦ୍ଧ୍ବ ଗାଡ଼ିକୁ ଧକ୍କାଦେଇଛି କଳା ସ୍କୋର୍ପିଓ । ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଗୁରୁତର ହୋଇଛନ୍ତି । ମାମଲାରେ ଡ୍ରାଇଭରକୁ ଅଟକ ରଖି ଭରତପୁର ଥାନା ପୋଲିସର ତଦନ୍ତ କରୁଛି । ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ଭୁବନେଶ୍ୱର ଡିସିପି ଡାକ୍ତର ଶର୍ବଣା ବିବେକ ଏମ୍ । ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ସହ ସ୍ଥିତି ନିୟନ୍ତ୍ରଣ କରିଛନ୍ତି ।

ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଖବର ପାଇବାର ମାତ୍ର ୫ ମିନିଟ୍ ମଧ୍ୟରେ ପୋଲିସ ପହଞ୍ଚିଥିବା କହିଛନ୍ତି ଡିସିପି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇ ସ୍ଥିତିକୁ ନିୟନ୍ତ୍ରଣକୁ ନିଆଯାଇଛି । ସେପଟେ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ଗାଡ଼ି ଚାଳକଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି । ଦୁଇ ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments