କଟକ, (୧୪/୧୦) : ଆପ୍ର : କଟକର ଏକ ଘରୋଇ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ଭୁଲ ଚିକିତ୍ସା ଓ ଭୁଲ ଇଞ୍ଜେକ୍ସନ ପାଇଁ ରୋଗୀର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ମୃତକ ହେଲେ ୩୨ ବର୍ଷ ବୟସର ରତିକାନ୍ତ ସେନାପତି । ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେ । ବର୍ଷେ ହେବ ତାଙ୍କର ହାତ ଅସ୍ତ୍ରୋପଚାର ହୋଇଥିଲା । ହାତରେ ଗୋଟେ ପ୍ଲେଟ୍ ପଡିଥିଲା । ତାକୁ ବାହାର କରିବାକୁ ଆଣିଥିଲେ ପରିବାର ଲୋକେ । ଗତକାଲି ଅସ୍ତ୍ରୋପଚାର ପରେ ହାତରୁ ପ୍ଲେଟ ବାହାରିଥିଲା । କିନ୍ତୁ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଏକ ଇଞ୍ଜେକସନ ଦେଇଥିଲେ । ପରେ ରତିକାନ୍ତଙ୍କର ଚେତା ପଳାଇଥିଲା । ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ଉଠାଇଛନ୍ତି ପରିବାର ଲୋକ । ତେବେ ଏନେଇ ସଂପୃକ୍ତ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।

