Homelocalଭୋଟର ତାଲିକା ସଂଶୋଧନ, ଅଗଷ୍ଟ ୪ ଯାଏଁ ଚାଲିବ ଦାବି ଓ ଆପତ୍ତି ଦାଖଲ

ଭୋଟର ତାଲିକା ସଂଶୋଧନ, ଅଗଷ୍ଟ ୪ ଯାଏଁ ଚାଲିବ ଦାବି ଓ ଆପତ୍ତି ଦାଖଲ

ଭୁବନେଶ୍ୱର, (୨୨/୦୭) : ଆପ୍ର : ଭୋଟର ତାଲିକା ସଂଶୋଧନ ପାଇଁ ଅଗଷ୍ଟ ୪ ଯାଏଁ ଚାଲିବ ଦାବି ଓ ଆପତ୍ତି ଦାଖଲ । ତ୍ରୁଟିମୁକ୍ତ ଭୋଟର ତାଲିକା ପାଇଁ ନିର୍ବାଚନ ଆୟୋଗଙ୍କ ବଡ଼ ପଦକ୍ଷେପ ।

ଘରକୁ ଘର ଆସି ଦସ୍ତାବିଜ ସଂଗ୍ରହ କରିବେ BLO । ରାଜ୍ୟରେ ଭୋଟର ତାଲିକାକୁ ଅଧିକ ବ୍ୟାପକ, ସଠିକ ଓ ତ୍ରୁଟିମୁକ୍ତ କରିବା ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସମସ୍ତ ଦାବି ଓ ଆପତ୍ତିର ସମାଧାନ ଓ ନୋଟିସ୍ ପର୍ଯ୍ୟାୟ କାର୍ଯ୍ୟ ଅଗଷ୍ଟ ୪ ରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ପରେ ସେପ୍ଟେମ୍ବର ୬ ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ନାଗରିକଙ୍କୁ ଚିଠା ଭୋଟର ତାଲିକାରେ ନିଜର ବିବରଣୀ ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି ।

ଯେଉଁ ନାଗରିକମାନେ ଜୁଲାଇ ୧ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଛନ୍ତି କିମ୍ବା ଯୋଗ୍ୟ ହୋଇ ମଧ୍ୟ ଚିଠା ତାଲିକାରେ ନାମ ନାହିଁ, ସେମାନେ ଫର୍ମ-୬ ସହିତ ନିର୍ଦ୍ଧାରିତ ଘୋଷଣାପତ୍ର ପୂରଣ କରି ନୂତନ ଭୋଟର ଭାବେ ଆବେଦନ କରିପାରିବେ । ସେହିପରି ମୃତ କିମ୍ବା ଅନ୍ୟ କୌଣସି କାରଣରୁ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ବାଦ୍ ଦେବା ପାଇଁ ଫର୍ମ-୭ ବ୍ୟବହାର କରାଯାଇପାରିବ । ଭୋଟର ତାଲିକାରେ ଥିବା ବିବରଣୀ ସଂଶୋଧନ, ଠିକଣା ପରିବର୍ତ୍ତନ କିମ୍ବା ଅନ୍ୟ ରାଜ୍ୟରୁ ବାସସ୍ଥାନ ସ୍ଥାନାନ୍ତର କ୍ଷେତ୍ରରେ ଫର୍ମ-୮ ସହ ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ।

ଯେଉଁ ଭୋଟରମାନଙ୍କ ବିବରଣୀରେ ଅସମାନତା ରହିଛି କିମ୍ବା ୨୦୦୨ ମସିହାର ଭୋଟର ତାଲିକା ସହ ତଥ୍ୟ ମେଳ ଖାଉନାହିଁ, ସେମାନଙ୍କୁ ସହାୟକ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଦ୍ବାରା ନୋଟିସ୍ ଜାରି କରାଯାଉଛି । ବର୍ତ୍ତମାନ ସୁଦ୍ଧା ମୋଟ ୫୮ ଲକ୍ଷ ୩୬ ହଜାର ୩୪୧ ଟି ନୋଟିସ୍ ଜାରି କରିବାକୁ ଥିବା ବେଳେ ୭ ଲକ୍ଷ ୯୩ ହଜାର ୪୯୦ ନୋଟିସ୍ ବିତରଣ କରାଯାଇଛି । ୫୦ ଲକ୍ଷ ୫ ହଜାର ୩୯୯ ଟି ନୋଟିସ୍ ବିତରଣ ପାଇଁ ବାକି ରହିଛି । ଏପର୍ଯ୍ୟନ୍ତ ୧ ଲକ୍ଷ ୪୨ ହଜାର ୧୧୧ ଶୁଣାଣି ହୋଇସାରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments