Homelocalଆଜି ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ଼ ହେବ ରଥ, ଗତକାଲି ପ୍ରବଳ ବର୍ଷା ଯୋଗୁଁ ଅଧାରେ ବନ୍ଦ ରହିଥିଲା

ଆଜି ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ଼ ହେବ ରଥ, ଗତକାଲି ପ୍ରବଳ ବର୍ଷା ଯୋଗୁଁ ଅଧାରେ ବନ୍ଦ ରହିଥିଲା

ପୁରୀ, (୨୨/୦୭) : ଆପ୍ର : ଆଜି ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ଼ ହେବ ରଥ । ଗତକାଲି ପ୍ରବଳ ବର୍ଷା ଯୋଗୁଁ ଅଧାରେ ବନ୍ଦ ରହିଥିଲା ରଥ ଦକ୍ଷିଣ ମୋଡ଼ ।

ଆଜ୍ଞାମାଳ ଆସିବା ପରେ ରଥ ଦକ୍ଷିଣ ମୋଡ଼ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ଏହାକୁ ଅଧାରେ ବନ୍ଦ ରଖିବାକୁ ପଡ଼ିଥିଲା । ଗତକାଲି କେବଳ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଦକ୍ଷିଣ ମୋଡ଼ ହୋଇଥିଲା । ସୂଚନା ଅନୁସାରେ ଗତକାଲି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ତାଳଧ୍ବଜ ରଥର ଦକ୍ଷିଣମୋଡ଼ ସ୍ଥଗିତ ରଖାଯାଇଥିଲା । ସେହିପରି ନନ୍ଦିଘୋଷ ରଥର ମଧ୍ୟ ଦକ୍ଷିଣ ମୋଡ଼ ହୋଇପାରିନଥିଲା । ଆଜି ଦକ୍ଷିଣମୋଡ଼ କରାଯିବ ।

ଶୁକ୍ରବାର ବାହୁଡାଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏପଟେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ସରି ସରି ଆସୁଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଲୀଳାଖେଳା । ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଆଜି ଆଡ଼ପ ମଣ୍ଡପରେ ସନ୍ଧ୍ୟା ଦର୍ଶନ। ଏହି ଅବସରରେ ଗୁଣ୍ଡିଚା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହେବ। ବାହୁଡା଼ ଯାତ୍ରା ଓ ସୁନାବେଶରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments