Homebreaking newsଲାଞ୍ଚ ନେବା ଅଭିଯୋଗରେ ଥାନା ଏଏସ୍ଆଇଙ୍କୁ ୪ ବର୍ଷ ଜେଲ୍

ଲାଞ୍ଚ ନେବା ଅଭିଯୋଗରେ ଥାନା ଏଏସ୍ଆଇଙ୍କୁ ୪ ବର୍ଷ ଜେଲ୍

କଟକ, (୩୧/୦୭) : ଆପ୍ର : ଲାଞ୍ଚ ନେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଯାଇଛନ୍ତି ପୁଲିସ ବାବୁ । ଯାଜପୁର ଜିଲ୍ଲା ଜେନାପୁର ଥାନାର ପୂର୍ବତନ ଏଏସ୍ଆଇ ଅମିୟ କୁମାର ବେହେରାଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ।

ଲାଞ୍ଚ ନେବା ଅଭିଯୋଗରେ ତତ୍କାଳୀନ ଜେନାପୁର ଥାନା ଏଏସ୍ଆଇ ଅମିୟ ବେହେରା ଗିରଫ ହୋଇଥିଲେ । ସେ ପୂର୍ବରୁ ଆଠଗଡ଼ ଥାନା ଏଏସ୍ଆଇ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଏକ ମାମଲା ରଫାଦଫା କରିବାକୁ ସେ ଲାଞ୍ଚ ନେଉଥିବାବେଳେ ଧରାପଡ଼ିଥିଲେ । କଟକ ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତି ଶୁଣାଣି ତାଙ୍କୁ ଚାରି ବର୍ଷର ଜେଲ ଦଣ୍ଡ ସହିତ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ସମସ୍ତ କାର୍ଯ୍ୟରୁ ବହିଷ୍କୃତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments