Homelocalଦୀର୍ଘ ୧୬ ବର୍ଷ ପରେ କେସିଙ୍ଗା ତେଲ ନଦୀରେ ବନ୍ୟା

ଦୀର୍ଘ ୧୬ ବର୍ଷ ପରେ କେସିଙ୍ଗା ତେଲ ନଦୀରେ ବନ୍ୟା

କେସିଙ୍ଗା, (୩୧/୦୭) : ଆପ୍ର : ଦୀର୍ଘ ୧୬ବର୍ଷ ପରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଦେଖାଦେଇଛି ବନ୍ୟା । ୨୦୧୧ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ତାପରେ ଏବେ ୨୦୨୬ରେ ସହର ନିକଟ ଦେଇ ପ୍ରବାହିତ ହୋଇଥିବା ତେଲ ନଦୀରେ ବନ୍ୟା ଦେଖାଦେଇଛି । ନଦୀ ଜଳ ବାଡ଼ ଡେଇଁ ଜନବସତି ଆଡ଼କୁ ମାଡିଆସିଛି । ସହରର ପିଏଚ୍‌ଡି ପାଣି ଟାଙ୍କିକୁ ସଂଯୋଗ କରୁଥିବା ରାସ୍ତା ବୁଡ଼ି ଯାଇଥିବା ବେଳେ ରେଳ ଅଣ୍ଡର ବ୍ରିଜ ଭିତର ଦେଇ ୫ ଫୁଟ ପାଣି ପ୍ରବାହିତ ହେଉଥିବା ଫଳରେ ଯାନବାହନ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ସହରର ତଳିଆ ଅଞ୍ଚଳ ଆମ୍ବଜି ମନ୍ଦିର ପଡାରେ ପାଣି ପସିଥିବା ଦେଖିବାକୁ ମିଳିଥିଲା । ବନ୍ୟା ଫଳରେ ରେଳ ଅଣ୍ଡର ବ୍ରିଜ୍ ମଧ୍ୟ ଦେଇ ୫ ଫୁଟ ଉଚ୍ଚ ଦେଇ ବନ୍ୟା ଜଳ ପ୍ରବାହିତ ହେଉଥିବା ଫଳରେ ଯାନବାହନ ଚାଳଚଳ ବ୍ୟାହତ ହୋଇଥିଲା ।

ଯାନବାହନ ଗୁଡିକ ଦୀର୍ଘ ଦିନରୁ ବନ୍ଦ ରହିଥିବା ରେଳ ଫାଟକ ଦେଇ ଚଳାଚଳ କରୁଥିବା ବେଳେ ରେଳଧାରଣା ନିକଟରେ ଏକ ଘରୋଇ ବସ୍ ଦବି ଯିବା ଫଳରେ ଯାତାୟତରେ ଅସୁବିଧା ପରିଲକ୍ଷିତ ହୋଇଥିଲା । ବସ୍‌ଟିକୁ ପ୍ରଥମେ ଏକ ରଶି ସାହାର୍ଯ୍ୟରେ ଟାଣି ବାହାର କରିବାକୁ ଚେଷ୍ଟା କରାଯାଇଥିବା ବେଳେ ରଶିଟି ଛିଣ୍ଡି ଯାଇଥିଲା । ପରେ ଏକ ଲୁହା ଟୋଚନ ଆଣି ଏକ ହାଇଡ୍ରା ସାହାର୍ଯ୍ୟରେ ବାହାର କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ବସ୍‌ଟିକୁ ବାହାର କରିବାରେ ବିଫଳ ହୋଇଥିଲା ପୋଲିସ ପ୍ରଶାସନ । ପରେ ଲୋକଙ୍କ ସାହାର୍ଯ୍ୟରେ ବସ୍‌ଟିକୁ ଠେଲି ବାହାର କରାଯାଇଥିବା ଦେଖିବାକୁ ମିଳିଥିଲା । ବନ୍ୟାଜଳ ପଶିଥିବା ଆମ୍ବାଜି ମନ୍ଦିରପଡା ବାସିନ୍ଦା ସେମାନଙ୍କୁ ଅନ୍ୟତ୍ର ସ୍ଥାନତର ସହିତ ସ୍ଥାୟୀ ସମାଧାନ ଦାବି କରୁଥିବା ବେଳେ ଏନ୍‌ଏସି ପ୍ରଶାସନ ଆମ୍ବଜୀ ମନ୍ଦିର ପରିସର ମଧ୍ୟରେ ଲୋକଙ୍କ ରହିବା ଓ ଖାଇବା ପାଇଁ ବନ୍ଦୋବସ୍ତ କରିଥିବା ଦେଖିବାକୁ ମିଳିଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments