Homelocalରଥଯାତ୍ରାରେ ରାଜଧାନୀ ପାଇଁ ଆସିଲା ଟ୍ରାଫିକ୍ କଟକଣା

ରଥଯାତ୍ରାରେ ରାଜଧାନୀ ପାଇଁ ଆସିଲା ଟ୍ରାଫିକ୍ କଟକଣା

ଭୁବନେଶ୍ୱର, (୧୩/୦୭) : ଆପ୍ର : ରଥଯାତ୍ରା ପାଇଁ ରାଜଧାନୀ ଭୁବନେଶ୍ୱର ପାଇଁ ଆସିଲା ଟ୍ରାଫିକ୍ କଟକଣା। ଆସନ୍ତା ଜୁଲାଇ ୧୬, ୨୪ ଓ ୨୫ ପାଇଁ ଭୁବନେଶ୍ୱର ସ୍ଥିତ ଇସ୍କନ୍ ମନ୍ଦିର ରଥଯାତ୍ରା, ବାହୁଡା ଯାତ୍ରା ଏବଂ ସୁନାବେଶ ଅନୁଷ୍ଠିତ ହେବ ।

ଇସ୍କନ ମନ୍ଦିର ଯିବା ରାସ୍ତା ଏବଂ ଏହାର ଚର୍ତୁପାଶ୍ୱର୍ରେ ବହୁଳ ମାତ୍ରାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁମାନଙ୍କ ସୁଗମନାଗମନ ଓ ଯାନବାହନ ଗୁଡିକର ସୁପରିଚାଳନା ନିମନ୍ତେ, ଓଡିଶା ସହରାଞ୍ଚଳ ଆଇନ ୨୦୦୩ର ଧାରା ୨୮ ଏବଂ ଭୁବନେଶ୍ୱର-କଟକ, ପୁଲିସ କମିଶନରେଟ୍ (ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡର) ଅନୁଯାୟୀ, ଇସ୍କନ ମନ୍ଦିର ରଥଯାତ୍ରା, ବାହୁଡା ଯାତ୍ରା ଏବଂ ସୁନାବେଶ ୨୦୨୬ ଉପଲକ୍ଷେ ଜାଣନ୍ତୁ ଟ୍ରାଫିକ୍ କଟକଣା.. ଅପରାହ୍ଣ ୩ ଘଟିକା ଠାରୁ ରଥ ଗୁଡିକ ସିଆରପି ଛକ ଅତିକ୍ରମ ନକରିବା ପର୍ଯ୍ୟନ୍ତ ଖୋର୍ଦ୍ଧା ପଟୁ ଫାୟାର ଷ୍ଟେସନ ସର୍ଭିସ ରୋଡ୍ ଦେଇ କୌଣସି ପ୍ରକାର ଭାରୀଯାନ ସିଆରପି ଛକ ଆଡକୁ ଆସିବେ ନାହିଁ। ସେହି ସମୟରେ ଡିଏଭି ସ୍କୁଲ, ୟୁନିଟ୍ ୮ ଠାରୁ ମାଉସୀ ମା ମନ୍ଦିର ଏବଂ ସିଆରପି ଛକ ଠାରୁ ଇସ୍କନ ମନ୍ଦିର ପର୍ଯ୍ୟନ୍ତ ଯାନବାହନ ଉପରେ କଟକଣା ଲାଗୁ ରହିବ ।

ରଥ ଗୁଡିକ ସିଆରପି ଛକ ଅତିକ୍ରମ ନକରିବା ପର୍ଯ୍ୟନ୍ତ କୌଣସି ପ୍ରକାର ଯାନବାହନ କସ୍ତୁରବା ସ୍କୁଲ ପାଶ୍ୱର୍ ଏବଂ ନୟାପଲ୍ଲୀ ଅଣ୍ଡର ପାସ୍ ଠାରୁ ସିଆରପି ଛକ ଆଡକୁ ସର୍ଭିସ ରୋଡ୍ ଦେଇ ଯାତାୟତ କରି ପାରିବେ ନାହିଁ । ସେହିପରି ୨୫ ଜୁଲାଇରେ ସନ୍ଧ୍ୟା ୫ଟାରୁ ସୁନାବେଶ ଦର୍ଶନ ଶେଷ ହେବା ପର୍ଯ୍ୟନ୍ତ ସିଆରପି ଛକ ଠାରୁ ଇସ୍କନ ମନ୍ଦିର ମଧ୍ୟରେ କୌଣସି ପ୍ରକାର ଯାନବାହନ ଯାତାୟାତ କରିପାରିବେ ନାହିଁ । ତେବେ ଏହି ସମୟରେ ଜରୁରୀକାଳୀନ ସେବାରେ ନିୟୋଜିତ ପୁଲିସ, ଅଗ୍ନିଶମ ଓ ଆମ୍ବୁଲାନ୍ସ ଯାନବାହନ ଗୁଡିକ ପାଇଁ କଟକଣା ଲାଗୁ ହେବ ନାହିଁ। ଯେଉଁ ସବୁ ରାସ୍ତାରେ କଟକଣା ଅଛି ସେହି ରାସ୍ତାରେ ନଯାଇ ଅନ୍ୟ ରାସ୍ତାରେ ଯିବାକୁ କମିଶନରେଟ୍ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments